ଅଜଣା ଗାଡି ଧକ୍କାରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ନର୍ଲା-୩/୧୧ (ପ୍ରଦୀପ କୁମାର ଗଉଡ) କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଧିନସ୍ଥ ରୁପ୍ରା ପୁରୁଣା ମଦଭାଟି ନିକଟରେ ଗତକାଲି ଏକ ଅଜଣା ଗାଡି ବାଇକ୍ କୁ ଧକ୍କା ଦେଇ ପଳେଇ ଯାଇଥିଲା । ଘଟଣା ସ୍ଥଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇ ପଡ଼ିଥିଲେ। ପରେ ଜଣକୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାକ୍ଟର ତାକୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ନା କୁବେର କୁମାର ତୁଳାପଡ଼ା ପଞ୍ଚାୟତ ଅନ୍ତର୍ଗତ ସାଡ଼ିଂତରା ଗାଁର ବୋଲି ଜଣାପଡିଛି। କିଛି ମାସ ତଳେ ସେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଫେରିଥିଲେ। ସେ ଗାଁକୁ ଫେରି ନିଜ ସ୍ତ୍ରୀ ଓ ଏକ ବର୍ଷର ପୁଅକୁ ଦେଖିବାକୁ ଶଶୁର ଘର ପଲସାପଡ଼ା ଗାଁକୁ ଯାଉଥିଲେ । ରୁପ୍ରା ପୁରୁଣା ମଦ ଭାଟି ନିକଟରେ କୌଣସି ଏକ ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ଅନ୍ୟ ଜଣେ ବାଇକ୍ ଆରୋହୀଙ୍କ ନା ପ୍ରଦୀପ କୁମାର ତାଙ୍କୁ ପ୍ରଥମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ସ୍ଥାନାନ୍ତରିତ କରାଯାଇଛି। ବାଇକ୍ ନମ୍ବର୍ ଓଡି ୦୮କ୍ୟୁ୨୪୮୦ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ିର ପତ୍ତା ମିଳିନାହିଁ। ନର୍ଲା ପୋଲିସ୍ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *