ଅଜଣା ଗାଡି ଧକ୍କାରେ ଦୁଇ ଗୁରୁତର

କଲମପୁର ,୧୬/୧(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅର୍ନ୍ତଗତ ପଣ୍ଡିଗାଁ ଗୌନ୍ତିଆ ପଡା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଦୁଇଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ପାତ୍ରବସା ଗ୍ରାମର ବଳଦେବ ମାଝି (୫୪)ଓ ଅନ୍ୟଜଣେ ହେଲେ ବରଦୋଳି ଗ୍ରାମର ବନ ବିହାରୀ (୬୫) ବୋଲି ଜଣାପଡିଛି । କୌଣସି ଏକ ଅଜଣା ଗାଡି ଏମାନଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିବା ବେଳେ ବଳଦେବ ମାଝିଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ଚିକିତ୍ସାଳୟ ଭବାନୀପାଟଣାକୁ ତୁରନ୍ତ ସ୍ଥାନାନ୍ତର କରାଯାଇଛି। ପଥଚାରୀମାନେ ଆମ୍ବୁଲାନ୍ସକୁ ଖବର ଦେବା ପରେ ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଏସଆଇ ଡୋଲାମଣୀ ବିଶି ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସେଠାରୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *