ଭବାନୀପାଟଣା:ତା 30/12 ଅଦିନିଆ ବର୍ଷା ଜନିତ ଫସଲ ହାନି ହୋଇଥିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)ରେ ପଞ୍ଜୀକୃତ ଚାଷୀ ବୀମା ସହାୟତା ପାଇବା ପାଇଁ ୭୨ ଘଣ୍ଟା ମଧ୍ୟରେ “କୃଷି ରକ୍ଷକ” ଆପ୍ କିମ୍ବା ସହାୟତା ନମ୍ବର ୧୪୪୪୭ ରେ ତୁରନ୍ତ ସୂଚନା ଦେବାକୁ ଅନୁରୋଧ କରାଯାଇଥିଲା । ହେଲେ ଚାଷୀଙ୍କ ହିତଦୃଷ୍ଟିରୁ ସରକାର ଏହାକୁ ଗୁରୁତ୍ୱ ଦେଇ ଏହି ଅବଧି ସମୟସୀମାକୁ ଆସନ୍ତା ଜାନୁଆରୀ ୦୧, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଦିନିଆ ବର୍ଷା ରେ ଯେଉଁ ଚାଷୀ ଙ୍କର ଫସଲ ନଷ୍ଟ ହୋଇଛି ସେମାନେ ଏହି ସମୟ ସୀମା ମଧ୍ୟରେ ଦିଆଯାଇଥିବା ଆପ୍ କିମ୍ବା ନମ୍ବର ରେ ଫସଲ ହାନିର ସୂଚନା ଦେଇପାରିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। କୃଷି ରକ୍ଷକ ଆପ୍ କିମ୍ବା ସହାୟତା ନମ୍ବର ରେ ତୁରନ୍ତ ସୂଚନା ଦେବାକୁ ଚାଷୀଙ୍କୁ ଅନୁରୋଧ କରାଯାଇଛି। ଯୋଗ୍ୟ ଚାଷୀ ବୀମା ସହାୟତା ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେ ଦିଗରେ କ୍ଷେତ୍ର ପ୍ରଦର୍ଶନ କରି ସଠିକ୍ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।