
କେସିଙ୍ଗା -୮/୪ କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟାପକ ଡ. ରାକେଶ କୁମାର ବିଶି “ପଶ୍ଚିମ ଓଡ଼ିଶାର ଲୋକଗୀତ: ଏକ ସୌନ୍ଦର୍ଯ୍ୟତାତ୍ତ୍ବିକ ଅଧ୍ୟୟନ “ଶୀର୍ଷକ ଗବେଷଣାତ୍ମକ ମହାନିବନ୍ଧ ଉପସ୍ଥାପିତ କରି ସମ୍ବଲପୁର ବିଶ୍ବବିଦ୍ୟାଳୟ, ଜ୍ୟୋତିବିହାର ରୁ ଲାଭ କଲେ ଶିକ୍ଷା ଜଗତର ସର୍ବୋଚ୍ଚ ଊପାଧି ଡ଼ି. ଲିଟ୍। ଏହି ମହାନିବନ୍ଧର ବାହ୍ୟ ପରୀକ୍ଷକ ଭାବେ ସଂସ୍କୃତି ବିଶ୍ବବିଦ୍ୟାଳୟ, ଭୁବନେଶ୍ୱର କୁଳପତି ପ୍ରଫେସର ଡ଼. ପ୍ରସନ୍ନ କୁମାର ସ୍ବାଇଁ, ଓଡ଼ିଆ ବିଶ୍ବବିଦ୍ୟାଳୟ, ସାକ୍ଷୀଗୋପାଳ, ପୁରୀ କୁଳପତି ପ୍ରଫେସର ଡ. ସବିତା ପ୍ରଧାନ, ପ୍ରାକ୍ତନ ପ୍ରଫେସର ଡ. ନାରାୟଣ ସାହୁଙ୍କ ଦ୍ବାରା ପରୀକ୍ଷଣ କରାଯାଇ ଉଚ୍ଚ ପ୍ରଶଂସିତ ହୋଇଛି। ଡ. ବିଶି ସଂପ୍ରତି କେସିଙ୍ଗା ମହାବିଦ୍ୟାଳୟରେ ବରିଷ୍ଠ ଅଧ୍ୟାପକ ଭାବରେ କାର୍ଯ୍ୟରତ। ସେ କେସିଙ୍ଗାର ଜଣାଶୁଣା ଅବସର ପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ୍ ବିପିନ ବିହାରୀ ବିଶି ଏବଂ ଶ୍ରୀମତୀ କୁସୁମମଞ୍ଜରୀ ବିଶିଙ୍କ ଏକମାତ୍ର ପୁତ୍ର ସନ୍ତାନ ଅଟନ୍ତି। ଅଧ୍ୟାପକ ଡ. ବିଶିଙ୍କ ସଫଳତାରେ ତାଙ୍କ ପତ୍ନୀ ମାନସୀ ବିଶି, ପୁଅ ଅଭିନନ୍ଦିତ ଓ ଝିଅ ଅନନ୍ୟା ଅଳଙ୍କୣତା ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସହରର ଅନେକ ବୁଦ୍ଧିଜୀବୀ ଓ ଶୁଭେଚ୍ଛୁଙ୍କ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି।