କେସିଙ୍ଗା- ୩୧/୧୦ ଆସନ୍ତାକାଲି ଶୁକ୍ରବାର କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ହେବା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଉଭୟ ପକ୍ଷଙ୍କ ନିକଟରେ ଆବଶ୍ୟକ ସଂଖ୍ୟକ ସଭ୍ୟ/ସଭ୍ୟା ନଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଆହୁରି ଏକ ସୂଚନାନୁସାରେ କଳାହାଣ୍ଡି ସାଂସଦ ଏହି ଭୋଟିଂରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। ସେ ଯାହାବି ହେଉ ଅନାସ୍ଥା ପ୍ରସ୍ତାବ ଭୋଟିଂରେ ଅଧ୍ୟକ୍ଷ ଜିତନ୍ତୁ କିମ୍ବା ହାରନ୍ତୁ, ଏହି ନିର୍ବାଚନ ପରେ କେତେକ ସରପଞ୍ଚଙ୍କ ପଦବୀ ଯିବା ନିଶ୍ଚିତ। ଆହୁରି ମଧ୍ୟ କିଛି ସରପଞ୍ଚ ମନରେଗା ଯୋଜନାରେ ବ୍ୟାପକ ଘୋଟାଲା କରିଥିବାରୁ ତଦନ୍ତ ପରେ ଜେଲ ଯିବା ଥୟ ବୋଲି ପଞ୍ଚାୟତବାସୀଙ୍କ ମଧ୍ୟରେ ଆଲୋଚନା ଚାଲିଛି।