କେସିଙ୍ଗା- ୬/୧୨ କେସିଙ୍ଗା ଏକ ବ୍ୟସ୍ତବହୁଳ ସହର ହୋଇଥିଲେ ମଧ୍ୟ ଏଠାରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଗୁରୁତର ରୁପ ଧାରଣ କରୁଛି। କିନ୍ତୁ ନିର୍ବାହୀ ଅଧିକାରୀ ଟ୍ରାଫିକ୍ ସମସ୍ୟା ପାଇଁ କେବଳ ବୈଠକ କରି ତାଙ୍କ ଦାୟିତ୍ବ ସାରି ଦେଉଥିବା ପରି ମନେ ହେଉଛି। ଯାହା ବୈଠକରେ ନିଷ୍କର୍ଷ ବାହାରିଲା ତାହା କାର୍ଯ୍ୟକାରୀ ହେଲା କି ନାହିଁ, ତହାର ତଦାରଖ କରୁନଥିବା ଏବଂ କେବଳ ଅଫିସରେ ବସି ରହି ପକେଟ୍ ଗରମ କରିବାରେ ବ୍ୟସ୍ତ ରହୁଥିବା ସାଧାରଣରେ ଅଭିଯୋଗ ହେଉଛି। ଉଦାହରଣ ସ୍ୱରୂପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୧୬ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ଜଗନ୍ନାଥ ପଡା ଛକରେ ୫ ଟି ସୋଲାର ସିଗ୍ନାଲ ଲାଇଟ୍ ଲଗାଯାଇଛି। ହେଲେ ୧୬ ଦିନ ବିତିଯାଇ ଥିଲେ ସୁଦ୍ଧା ଆଜିଯାଏ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏଥିପ୍ରତି ନିର୍ବାହୀ ଅଧିକାରୀ କାହିଁକି ଧ୍ୟାନ ଦେଉନାହାଁନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷେ ନିର୍ବାହୀ ଅଧିକାରୀ ସହରର କେଉଁଠି ସୁବିଧା ଅସୁବିଧା ରହିଛି ସେନେଇ କ୍ଷେତ୍ର ପରିଦର୍ଶନରେ ଯାଉନଥିବା ଏବଂ କୈାଣସି ବିଷୟରେ ପଚାରିଲେ, ଅଫିସ୍ ର କର୍ମଚାରୀଙ୍କ ମଧ୍ୟରୁ ଏହାକୁ କିମ୍ବା ତାହାକୁ ପଚାର ବୋଲି ଉତ୍ତର ଦେଉଥିବା ମଧ୍ୟ ଅଭିଯୋଗ ହେଉଛି। ତେଣୁ ରାଜ୍ୟ ସରକାର ଏଭଳି ଅପାରଗ ଅଧିକାରୀଙ୍କୁ କେସିଙ୍ଗା ଏନ୍ ଏ ସି ରୁ ତୁରନ୍ତ ବଦଳି କରି ଜଣେ ସୁଦକ୍ଷ ଅଧିକାରୀ ନିଯୁକ୍ତି ଦେବାକୁ ସହରବାସୀ ଦାବି କରିଛନ୍ତିି ।