ଅବକାରୀ ବିଭାଗ ଦ୍ବାରା ହାତରନ୍ଧା ମଦ ଜବତ

ଭବାନୀପାଟଣା/କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ବ୍ଳକ ରେତ ଡେମ ନିକଟ ହାତୀ ମୁଣ୍ଡା ଗ୍ରାମ ରେ ବେନିୟମ ଭାବେ ରନ୍ଧା ମଦ ଚାଲିଥିବା ଖବର ପାଇ ଅବକାରୀ ଟିମ ଚଢାଉ କରିଥିଲେ. ଭବାନୀପାଟଣା ଅବକାରୀ ଭାରପ୍ରାପ୍ତ ଅଧିକାରୀ ତିଲକ ରାମ ନାଏକ ଙ୍କ ନେତୃତ୍ଵରେ ପ୍ରଦ୍ୟୁମ୍ନ ନାଏକ, ଅଶୋକ କୁମାର ପ୍ରଧାନ, ଅମରେନ୍ଦ୍ର ମାଝୀ, ସାମୁଏଲ ଆଚାର୍ଯ୍ଯ, କିଶାନ ଗଉଡ, ମହାଦେବ ମାଝୀ, ଓ ଶ୍ରୀମତୀ ରାଜ କୁମାରୀ ଶବର ପ୍ରମୂଖ ହାତୀ ମୁଣ୍ଡା ଗ୍ରାମରେ ଚଢାଉ କରି150 ଗୋଟି ପ୍ଲାଷ୍ଟିକ ଡ୍ରମ୍ ଠାରେ ମହୁଲ ପୋଚ 8500 କେଜି ଓ 400 ଲିଟର ହାତ ରନ୍ଧା ମଦ ଜବତ କରି ନଷ୍ଟ କରା ଯାଇ ଥିବା ଜଣା ଯାଇଛି. ଅବକାରୀ ଟିମ କୁ ଦେଖି ମଦ ମାଫିଆ ଫେରାର ମାରିଥିଲେ.

Leave a Reply

Your email address will not be published. Required fields are marked *