ଭବାନୀପାଟଣା ତା : ୨୩/୪ କଳାହାଣ୍ଡି ଜିଲ୍ଲା କୋକସରା ଅବକାରୀ ଥାନା ପକ୍ଷରୁ ଗତକାଲି ମଙ୍ଗଳବାର ଖୁର୍ସେଲଗୁଡା ଗ୍ରାମରେ ଚଢ଼ାଉ କରାଯାଇ ୮ ଲିଟର ମଦ ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ଖୁର୍ସେଲଗୁଡା ଗ୍ରାମର ବୈକୁଣ୍ଠ ବେହେରା (୪୮) ବୋଲି ସୂଚନା ମିଳିଛି। କୋକସରା ଅବକାରୀ ଥାନା ଓଆଇସି ନରେନ୍ଦ୍ର ମିଞ୍ଜିଙ୍କ ନେତୃତ୍ବରେ ଏକ ଟିମ୍ ଆଜି ଖୁର୍ସେଲଗୁଡା ଗ୍ରାମରେ ଚଢ଼ାଉ କରିଥିଲେ। ଏହି ଚଢାଉ ସମୟରେ ଗ୍ରାମର ବୈକୁଣ୍ଠ ବେହେରାଙ୍କ ଘର ପଛପଟୁ ୮ ଲିଟର ଆଇଡି ଲିକର ଜବତ କରିବା ସହ ତାଙ୍କୁ ଗିରଫ କରାଯାଇ ଥାନାକୁ ଅଣାଯାଇ ପଚରାଉଚରା କରିଥିଲେ। ପରେ ବୈକୁଣ୍ଠଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ାଉରେ ଓଆଇସି ମିଞ୍ଜଙ୍କ ସହ କନେଷ୍ଟବଳ ଖୁସିଦେବ କଟା, ବଳଭଦ୍ର ପାତ୍ର, ଅରୁଣାକ୍ଷ ଧଙ୍ଗଡ଼ାମାଝୀ, ସୁବଳ ମାଝୀ, ପ୍ରିୟମ୍ବଦା ଜେନା ପ୍ରମୁଖ ସାମିଲ ହୋଇଥିଲେ।