ଥୁ ରାମପୁର – କଳାହାଣ୍ଡି ଜିଲ୍ଲା ଠୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ରାସ୍ତାକୁ ପ୍ରଧାନମନ୍ତ୍ରୀ ରାସ୍ତା ସହିତ ସଂଯୋଗ କରାଯାଇ ରାସ୍ତା ନିର୍ମାଣ କରାଯାଉଛି, ଏହି ରାସ୍ତା ୨ କୋଟି ୬ ଲକ୍ଷ ୮୪ ହଜାର ୪୬୧ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇ ଶ୍ରୀମସ୍କା ଛକଠାରୁ ସିନ୍ଧିପଦର ଦେଇ ସମାପଲାକୁ ସଂଯୋଗ କରାଯାଉଛି। ହେଲେ ଏହି ରାସ୍ତା କାମ ନିମ୍ନମାନର ହେଉଥିବା ନେଇ ସରପଞ୍ଚ ଗୀତାଞ୍ଜଳି ମାଝି ଅଭିଯୋଗ କରିଛନ୍ତି। ଏହି ରାସ୍ତା କାମ ତା.୧୦.୧୦.୨୦୨୩ ରେ ଆରମ୍ଭ ହୋଇ ତା. ୧୦.୧୦.୨୦୨୪ ରେ ଶେଷ ହେବା ନେଇ ସୂଚନା ଫଳକରେ ଉଲ୍ଲେଖ ରହିଛି। ହେଲେ ଧାର୍ଯ୍ୟ ତାରିଖ ଠାରୁ ୨ ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ଶେଷ ହୋଇନାହିଁ କି ପୋଲକାମ ଶେଷ ହୋଇନାହିଁ। ଏଣୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ପୂର୍ବ ବିଜେଡି ସରକାରଙ୍କ ଅମଳରେ ସରକାରୀ କର୍ମଚାରୀ ମାନେ ଯେଭଳି ନିଜ ଇଚ୍ଛାରେ କାର୍ଯ୍ୟ କରୁଥିଲେ ଏବେ ବି ସେହିପରି କାମ କରୁଥିବା ଅଭିଯୋଗ ହେଉଛି।