ଭବାନୀପାଟଣା-୨୬/୫ କଳାହାଣ୍ଡି ଜିଲ୍ଲା ସଡକ ପରିବହନ ନିଗମ ଘୋର ଅବ୍ୟବସ୍ଥା ଦେଇ ଗତି କରୁଥିବା ଅଭିଯୋଗ ହେଉଛି। ଭୁବନେଶ୍ବର ଭାୟା ଟିଟିଲାଗଡ଼, ଭବାନୀପାଟଣା ଦେଇ ଥୁଆମୂଳ ରାମପୁର ଯାଉଥିବା ବସ, ଥୁଆମୂଳ ରାମପୁର ନ ଯାଇ ଭବାନୀପାଟଣାରେ ରହୁଛି। ଏଣୁ ଥୁଆମୂଳ ରାମପୁର ରୁ ସିଧାସଳଖ ରାଜଧାନୀ ଭୁବନେଶ୍ଵର ଯିବା ପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁରବାସୀ ସିଧାସଳଖ ରାଜଧାନୀ ଭୁବନେଶ୍ଵର କୁ ଯାଇ ନିଜ କାର୍ଯ୍ୟ ହାସଲ କରି ପୁଣି ନିଜ ଅଞ୍ଚଳକୁ ସୁବିଧାରେ ପହଞ୍ଚି ପାରିବା ପାଇଁ ଏହି ବସ ର ବ୍ୟବସ୍ଥା କରାଯାଇଥିଲା। ହେଲେ ବସ ଥୁଆମୂଳ ରାମପୁର ନ ଯାଇ ଭବାନୀପାଟଣା ରେ ରହିବା ଫଳରେ ଏହି ଦୁର୍ଗମ ଅଞ୍ଚଳ ର ଲୋକଙ୍କ ପାଇଁ ଘୋର ଅସୁବିଧା ହେଉଛି। ପୁଣି ଅଭିଯୋଗ ହେଉଛି ବସ ଟି ଟିଟିଲାଗଡ ସହର ଦେଇ ଯାଉଥିବାରୁ ସମୟର ଅଭାବ ରହୁଛି। ବସଟି ଟିଟିଲାଗଡ ସହର ଭିତରେ ନ ଯାଇ ବାଇପାସ ରେ ଗଲେ ଥୁଆମୂଳ ରାମପୁର ରେ ପହଞ୍ଚି ପାରନ୍ତା। ଯେଉ ଥୁଆମୂଳ ରାମପୁର ବାସୀ ଙ୍କ ନିମନ୍ତେ ଏହି ବସ ର ବ୍ଯବସ୍ଥା କରାଯାଇଛି.ସେହି ଅଞ୍ଚଳର ସାଧାରଣ ଲୋକେ ଏହି ସେବାରୁ ବଞ୍ଚିତ ହେଉଛନ୍ତି। ଭବାନୀପାଟଣା ରୁ ବିଶାଖପାଟଣା କୁ 3 ଗୋଟି ହାଇଟେକ ବସ ଯାତାୟତ କରୁଛି। ଏହି ବସ ଗୁଡିକ ଭବାନୀପାଟଣା ବସଷ୍ଟାଣ୍ଡ ରୁ ଛଡିବାର ନିର୍ଦ୍ଧିଷ୍ଟ ସମୟର 1 ଘଣ୍ଟା ପରେ ଛାଡୁଥିବା ର ଅଭିଯୋଗ ହେଉଛି। ସନ୍ଧ୍ଯା 5 ଘଣ୍ଟା ରେ ଭବାନୀପାଟଣାରୁ ଛାଡିବାକୁ ଥିବା ଭବାନୀପାଟଣା ରୁ ବିଶାଖା ପାଟଣା ବସ ସନ୍ଧ୍ୟା 5 ଘଣ୍ଟା ବଦଳ ରେ 6 ଘଣ୍ଟା ରେ ଗନ୍ତବ୍ୟ ସ୍ଥଳରୁ ବାହାରୁଛି ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଭବାନୀପାଟଣା ରୁ ଭାୟା ଭଞ୍ଜନଗର ଦେଇ କଟକ ଯାଉଥିବା ହାଇଟେକ ବସ ସନ୍ଧ୍ୟା 6 ଘଣ୍ଟାରେ ଭବାନୀପାଟଣା ରୁ ବାହାରିବା ର ନିର୍ଦ୍ଧିଷ୍ଟ ସମୟ ଥିଲେ ବି ପ୍ରାୟ ଦିନ 7 ଘଣ୍ଟା ରେ ଛାଡୁଥିବା ଅଭିଯୋଗ ହେଉଛି। ଏହି ବିଳମ୍ବ ଯୋଗୁ ବିଭିନ୍ନ ସ୍ଥାନରେ ଥିବା ଯାତ୍ରୀ ଏହି ବସରେ ଚଢିବାର ଥିଲେ ବି ଅନ୍ୟ ବେସରକାରୀ ବସରେ ଯାତ୍ରୀ ଯାଇଥାନ୍ତି। ଯାହାଫଳରେ ସରକାରୀ ରାଜସ୍ଵ କ୍ଷତି ହେଉଛି। ଦୂରଦୂରାନ୍ତ କୁ ଯାତାୟତ କରୁଥିବା ବସ ଗୁଡିକ ର ସଠିକ ମରାମତି କରାଯାଉ ନଥିବାରୁ ରାସ୍ତାରେ ବସଟି ଖରାପ ହେଉଥିବା ଯୋଗୁଁ ଯାତ୍ରୀ ହଇରାଣ ହରକତ ହେଉଛନ୍ତ। ରକ୍ଷଣା ବେକ୍ଷଣ ଅଭାବରୁ, ଯାତ୍ରୀ ବସୁଥିବା ସିଟ ଗୁଡିକ ଖରାପ ହୋଇଯାଇଛି। ସଡ଼କ ପରିବହନ ନିଗମ ରେ ସ୍କ୍ୱାର୍ଡ ଟିମ ପାଇଁ ସରକାରୀ ଭାବେ ଭ୍ରାମ୍ୟମାଣ ବୁଲେରୋ ର ବ୍ୟବସ୍ଥା କରାଯାଇଛି। ହେଲେ ଏହି ଗାଡି ବ୍ୟବହାର ନ କରି ଅନ୍ୟ ଏକ ଗାଡି ବ୍ୟବହାର କରି ପ୍ରତିଦିନ ସରକାରୀ ତହବିଲରୁ ତେଲ ଖର୍ଚ କରାଯାଉଛି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ପରିବହନ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ବସ ମେଣ୍ଟେନାସ ହେଉ ନଥିବା ଅଭିଯୋଗ କୁ ଅସ୍ୱୀକାର କରିଥିଲେ ରାଜଧାନୀ ରୁ ଥୁଆମୂଳ ରାମପୁର ଆସୁଥିବା ସରକାରୀ ବସ ଭବାନୀପାଟଣା ରେ ରହୁଥିବା ଅଭିଯୋଗ ଅସ୍ୱୀକାର କରି କହିଥିଲେ ସବୁଦିନ ଭବାନୀପାଟଣା ରେ ରୁହେ ନାହିଁ। କେତେବେଳେ କେମିତି ଗାଡି ର ଅସୁବିଧା ଯୋଗୁ ଏଭଳି ସମସ୍ୟା ର ସମୂଖୀନ ହେଉଛୁ ବୋଲି ପ୍ରକାଶ କରିଥିଲେ।