ଅମୃତ୍ୟ ପାଠ୍ୟସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

କଲମପୁର- ୭/୧୧(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ବିଜମରା ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ନେତାଜୀ ସେବା ସଂଗଠନ, ଭାରତୀୟ ଷ୍ଟେଟ ବ୍ୟାଙ୍କ ବିଜମରା ଏବଂ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନଙ୍କ ମିଳିତ ଆନୁକୂଲ୍ୟରେ ‘ମୃତ ପାଠ୍ୟ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ସଂଗଠନର ସଭାପତି ସଂଜୀବ କୁମାର ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବିଜମରା ଶାଖା ପରିଚାଳକ ରବିରଞ୍ଜନ ଗମାଙ୍ଗୋ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଖଗେଶ୍ୱର ମାଝୀ, ସହକାରୀ ଶିକ୍ଷକ ଅରବିନ୍ଦ ହରପାଳ, ଯୁବ ସାମ୍ବାଦିକ ରଜତ ବଂଶଲ, ସମାଜସେବୀ ବ୍ରହ୍ମାନନ୍ଦ ପଣ୍ଡା, ପ୍ରଦ୍ୟୁମ୍ନ ମହାନ୍ତି ଏବଂ ସମ୍ପାଦକ ଦୁଷ୍ମନ୍ତ କୁମାର ପଣ୍ଡା ପ୍ରମୂଖ ମଞ୍ଚାସୀନ ଥିଲେ। ଏହି ଅବସରରେ ନିମନ୍ତ୍ରିତ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ସମାଜରେ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇ ସଂଗଠନର ଆୟୋଜନକୁ ଭୂୟସୀ ପ୍ରଶଂସା କରିଥିଲେ । ବରିଷ୍ଟ ସଦସ୍ୟ ପ୍ରଶାନ୍ତ କୁମାର ମାଝୀ ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ଲଳିତ କୁମାର ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ । ଯୁବ ସଂଗଠକ ଅବିନାଶ ମୁଣ୍ଡ ସଂଗଠନର ଉଦେଶ୍ୟ ଜ୍ଞାପନ କରିଥିଲେ । ବେଦପ୍ରକାଶ ପଣ୍ଡା ଏବଂ ନାଗାର୍ଜୁନ ନାୟକ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ନବମ ଓ ଦଶମ ଶ୍ରେଣୀର ୧୦ ଜଣ ଗରିବ ମେଧାବୀ ବିଦ୍ୟାର୍ଥୀଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଥିବା ବେଳେ ଦଶମ ଶ୍ରେଣୀର ୧୦ଜଣ ଛାତ୍ରୀଛାତ୍ରଙ୍କୁ ଟେଷ୍ଟ ପେପର ପ୍ରଦାନ କରାଯାଇଥିଲା । ତେବେ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟ୍ୟରେ ସଂସ୍କୃତି ପୁରାଣ ସାହିତ୍ୟ ଵିଧି ଓ ପର୍ବପର୍ବାଣି, ବିଜ୍ଞାନ, ଗଣିତ ସମ୍ବନ୍ଧୀୟ ପ୍ରଶ୍ନ ମଞ୍ଚର ଆୟୋଜନ କରାଯାଇ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ କ୍ଷୀରୋଦ ପ୍ରଧାନ ଓ ସ୍ବେଛାସେବୀ ଯମୁନା ଶବର ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *