ପ୍ରଶାସନିକ ଅଧିକାରୀଙ୍କ ସରକାରଙ୍କୁ ମିଥ୍ୟା ରିପୋର୍ଟ

କେସିଙ୍ଗା – ୨୦/୯ କେସିଙ୍ଗା ଏନଏସିର ୯ ଓ ୧୦ ନମ୍ବର ଓ୍ବାର୍ଡ ମଝିରେ ଆମ୍ବେଦକର ଛକ- କଲେଜ ରୋଡ ରାସ୍ତାର ଆମ୍ବେଦକର ଛକରୁ ଜଗନ୍ନାଥ ପଡା ୟୁପି ସ୍କୁଲ ଛକ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି। କିନ୍ତୁ ଅନ୍ୟପଟେ ରାଜ୍ୟ ସରକାର ନଗର ନିଗମ,ଦ ପୌରାଞ୍ଚଳ ଓ ପୌରପରିଷଦ ଅଧୀନସ୍ଥ ସହର ଗୁଡିକର ରାସ୍ତାଘାଟ ତୁରନ୍ତ ମରାମତି ପାଇଁ ସର୍ବସାଧାରଣ ଅଭିଯୋଗ କରିବା ନିମନ୍ତେ ନୂତନ ଭାବେ ୧୯୨୯ ହେଲ୍ପଲାଇନ ଜାରି କରିଛନ୍ତି। ଏହି ନମ୍ବର ମାଧ୍ୟମରେ ଜନୈକ ଗଣମାଧ୍ୟମ ପ୍ରତିନିଧି ଗତ ୪ ତାରିଖରେ ଆମ୍ବେଦକର ଛକରୁ ଜଗନ୍ନାଥ ପଡା ୟୁପି ସ୍କୁଲ ଛକ ପର୍ଯ୍ୟନ୍ତ ରାସ୍ତାଟି ଖାଲଖମା ପୂର୍ଣ୍ଣ ପୂର୍ବକ ଶୋଚନୀୟ ହୋଇପଡିିଥିବା ନେଇ ଅଭିଯୋଗ କରିଥିଲେ। କିନ୍ତୁ ହେଲ୍ପ ଲାଇନରେ ବସିଥିବା କର୍ମଚାରୀଙ୍କ କହିବାନୁଯାୟୀ ତୁମ ଏନଏସି ଅଫିସର ଓ ତହସିଲଦାର ରିପୋର୍ଟ ଦେଇଛନ୍ତି ଏ ରାସ୍ତା କାମ ମରାମତି ସରିଛି। କିନ୍ତୁ ପ୍ରକୣତରେ ମରାମତି କାମ ଆରମ୍ଭ ହୋଇଥିଲା ବେଳେ କେବଳ ଚିପସ୍ ଓ କ୍ରସର ଗୁଣ୍ଡ ଦେଇ ରାସ୍ତା ମରାମତି କରାଯାଉଛି। ଏ ବିଷୟରେ ନଗରପାଳ ନୣପରାଜ ଯାଦବଙ୍କୁ ପଚାରିବାରୁ ପ୍ରଥମେ କହିଲେ ଏ ବାବଦରେ ସରକାର ଟଙ୍କା ଦେଇନାହାନ୍ତି, ପୁଣି କହିଲେ ଯଦି ସରକାର ଟଙ୍କା ପଠାଇଛନ୍ତି, ତେବେ ଫାଇଲ ଦେଖିଲେ କହିପାରିବି। ଏଠି ଜନସାଧାରଣରେ ମତ ଉଠୁଛି ଯେ ଆମରି ଟ୍ୟାକ୍ସ ଅର୍ଥରେ ଏମାନେ ଦରମା ନେଇ ଆମକୁ ଠକି ସରକାରଙ୍କୁ ମିଥ୍ୟା ରିପୋର୍ଟ ଦେବା କତେଦୂର ଯୁକ୍ତିଯୁକ୍ତ। ଏଠାରେ ପ୍ରଶ୍ନ ଉଠୁଛି କିଏ ସତ କହୁଛି ଓ କିଏ ମିଛ କହୁଛି?ତେଣୁ ରାଜ୍ୟ ସରକାର ଏହି ମିଥ୍ୟା ରିପୋର୍ଟ ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ପ୍ରକୃତ ସତ୍ୟଘଟଣା ଲୋକଲୋଚନ କୁ ଆଣିବା ସହିତ ଏଭଳି ମିଥ୍ୟାବାଦୀ ଅଧିକାରୀ ଙ୍କ ବିରୁଦ୍ଧରେ ଦୣଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *