
କେସିଙ୍ଗା- ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବ୍ୟାପକ ଚୋରା କାରବାରକୁ ନେଇ ସରକାର ଆକ୍ସନ ମୁଡ଼ରେ। କିନ୍ତୁ ଜିଲ୍ଲାସ୍ତରୀୟ ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପାତର ଅନ୍ତର ନୀତି ଯୋଗୁଁ ପ୍ରକୃତ ଦୋଷୀ ଖସିଯାଉଥିବା ସାଧାରଣରେ ଆଲୋଚନା ହେଉଛି। ଗତ ଶୁକ୍ରବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ମୁଖ୍ୟ ଶାସନ ସଚିବ ଓ ଡିଜିପି ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଲଘୁ ଖଣିଜ ସଂପଦର ଚୋରା ଚାଲାଣ ରୋକିବାକୁ ଦାୟିତ୍ବ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପୋଲିସ ଚୋରା ବାଲି ଚାଲାଣ ଉପରେ ଧରପଗଡ ଆରମ୍ଭ କରିଛି। କିନ୍ତୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ରାତିରେ ବାଲି ଉଠାଣ ହେଉଥିଲା ବେଳେ ରାତିର ସୁଯୋଗ ନେଇ କେତେକ ହାଇଓ୍ବା ବିନା ଟ୍ରାଞ୍ଜିଟ୍ ପାଶ୍ ରେ ବାଲି ଚୋରା ଚାଲାଣ କରୁଥିଲେ ମଧ୍ୟ ସେମାନଙ୍କୁ ଛାଡି ଟ୍ରାକ୍ଟର ଗୁଡ଼ିକୁ ଧରି ଜରିମାନା ଆଦାୟ କରାଯାଉଛି ନହେଲେ କେଶ୍ ଦିଆଯାଉଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।