କେସିଙ୍ଗା- ୪/୧୧ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ର ଧାରା ୨୪ ଅନୁସାରେ ଆଜି ସୋମବାର କଶୃପଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମାଳତୀ ଭୋଇଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଭବାନୀପାଟଣା ଉପ ଜିଲ୍ଲାପାଳଙ୍କ ଦ୍ବାରା କ୍ଷମତା ପ୍ରାପ୍ତ ପିଠାସୀନ ଅଧିକାରୀଣୀଙ୍କ ଉପସ୍ଥିତିରେ କଶୃପଡା ପଞ୍ଚାୟତର ୧୨ ଜଣ ଓ୍ବାର୍ଡ ମେମ୍ବରଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଅଥାର୍ତ ୯ ଜଣ ସଭ୍ୟ/ସଭ୍ୟା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ସରପଞ୍ଚଙ୍କୁ ଗାଦିଚ୍ୟୁତ କରିଥିଲେ। ତେଣୁ କଳାହାଣ୍ଡି ଜିଲ୍ଲାପାଳ ଗ୍ରା.ପ ଆଇନ ୧୯୬୪ ର ଧାରା ୨୪ (୧) ଅନୁସାରେ ଉକ୍ତ ଅନାସ୍ଥା ପ୍ରସ୍ତାବକୁ ଗୃହୀତ କରି ଆଜିଠାରୁ ଶ୍ରୀମତୀ ମାଳତୀ ଭୋଇଙ୍କୁ କଶୃପଡା ସରପଞ୍ଚ ପଦବୀରୁ ପଦଚ୍ୟୁତ କରାଗଲା ବୋଲି ଜିଲ୍ଲାପାଳଙ୍କ ଚିଠି ନଂ ୧୩୨୦/ ଗ୍ରା.ପ/ ତା ୪.୧୧.୨୦୨୪ ରିଖ ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷେ ଶ୍ରୀମତୀ ଅରୁଣା ନାଏକ ଗ୍ରା.ପ ଆଇନ ୧୯୬୪ ଧାରା ୨୧(୨) ଅନୁସାରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଶୃପଡା ସରପଞ୍ଚ ରୂପେ ସମସ୍ତ କାର୍ଯ୍ୟ ତୁଲାଇବେ ବୋଲି ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶ ଆଦେଶ ଦେଇଛନ୍ତି।