ଆଦିବାସୀ ମହାସଂଘର ଭବାନୀପାଟଣା ନଗର କମିଟୀ ଗଠିତ

ଭବାନୀପାଟଣା ତା :୦୮/୧୨ ଓଡ଼ିଶାର ଅଗ୍ରଣୀ ବୈପ୍ଲବିକ ସାମାଜିକ ସଂଗଠନ ଦଳିତ ଆଦିବାସୀ ମହାସଂଘ ତରଫରୁ ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସଭାପତି ପରମାନନ୍ଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ନାଏକ ସ୍ୱାଗତ ଅଭିଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମହାସଚିବ ଦେବୀପ୍ରସାଦ ସିନ୍ଦୁର ସଭା ପରିଚାଳନା କରିଥିଲେ। ଏହି ଅବସରରେ ମହାସଂଘର ଭବାନୀପାଟଣା ନଗର କମିଟି ଗଠନ କରାଯାଇଥିଲା। ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଚକ୍ରଧର ସେଠୀ, କାର୍ଯ୍ୟକାରୀ ସଭାପତି ଭାବେ ଧବଳେଶ୍ୱର ମାଝୀ, ଅଭୟ ଚରଣ ନାଏକ, ଉପସଭାପତି ଭାବେ ପୃଥ୍ୱୀରାଜ ଛତ୍ରିଆ, ରାଜେଶ ଦୀପ, ପ୍ରକାଶ ମଙ୍ଗରାଜ, ଭଗବାନ ଜଗନ୍ନାଥ ପ୍ରସାଦ ମାଝୀ, ପ୍ରଦୀପ କୁମାର ନାଏକ, ସୁରେଶ ନାଏକ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ସେହିପରି ନଗର କମିଟିର ସାଧାରଣ ସମ୍ପାଦକ ଭାବେ ଯୋଗେଶ୍ୱର ନାଏକ, ଦେବେନ୍ଦ୍ର ନାଏକ, ପିତାମ୍ବର ଶବର, ବଳରାମ ନାଏକ, ମାନସ ରଞ୍ଜନ ସିନ୍ଦୁର, ସଞ୍ଜୟ ମେହେର, ତପନ କୁମାର ସ୍ୱାଇଁ, ସମ୍ପାଦକ ଭାବେ ବିଷ୍ଣୁ ଚରଣ ସେଠୀ, କିଶୋର ମହାନନ୍ଦ, ସୂର୍ଯ୍ୟକାନ୍ତ ମାଝୀ, ରଞ୍ଜିତ ଶବର, ନନ୍ଦ ନାଏକ, କମଳ ଲୋଚନ ଦୁର୍ଗାଙ୍କ ନାମ ଘୋଷଣା କରାଯାଇଥିଲା। ସେହିପରି କୋଷାଧ୍ୟକ୍ଷ ଭାବେ ଅମିତ ସେଠୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିବାବେଳେ କମିଟିର କାର୍ଯ୍ୟକାରୀ ସଦସ୍ୟ ଭାବେ ସଞ୍ଜିତ କୁମାର ବେହେରା, ନିଖିଲ କୁମାର ସିନ୍ଦୁର, ଟିକେଲାଲ ସତନାମୀ, ଗଣେଶ ସେଠୀ, ତପିମଣି ମାଝୀ, ପ୍ରଣବ କୁମାର ନାଏକ, ମହେଶ ବେଶ୍ରା, ସୁଶାନ୍ତ ବିଶ୍ୱାଳ, ଭୁବନେଶ୍ୱର ଶବର, ସୁଦୀପ୍ତ କୁମାର ମଲ୍ଲିକଙ୍କୁ ଚୟନ କରାଯାଇଥିଲା। କମିଟିର ଉପଦେଷ୍ଟା ଭାବେ ଉଦ୍ଧବ ମାଝୀ, ବରିଷ୍ଠ ଆଇନଜୀବୀ ସୁଶୀଲ କୁମାର ନାଏକ, ନିମାଞ୍ଚଳ ନାଏକ, ଜୟଶଙ୍କର ନାଏକଙ୍କ ସମେତ ହରପ୍ରସାଦ ସେଠୀ, ସରୋଜ ବାଗ, ସୁନୀଲ ନାଏକଙ୍କ ନାମ ଘୋଷଣା କରାଯାଇଥିଲା। ଶେଷରେ ଆସନ୍ତା ୧୧ ତାରିଖ ଦିନ ବୀର ସହିଦ ରେଣ୍ଡୋ ମାଝୀଙ୍କ ସ୍ମୃତିରେ ସହିଦ ସପ୍ତାହ ଏବଂ ପ୍ରାକୃତିକ ଯନ୍ତ୍ରୀ ତଥା ଜଳପରୁଷ କାର୍ଜୀ ମାଝୀଙ୍କ ସ୍ମୃତିରେ ଅନୁଷ୍ଠିତ ହେବାକୁ ଥିବା କାର୍ଜୀ ମାଝୀ ବର୍ଷ ଓ ରାଜ୍ୟସ୍ତରୀୟ ସେମିନାର କୁ ସଫଳ କରିବାକୁ ଆଲୋଚନା କରାଯାଇଥିଲା।ଦଳିତ ଆଦିବାସୀ ମହାସଂଘର ଭବାନୀପାଟଣା ନଗର କମିଟି ଗଠିତ
ଭବାନୀପାଟଣା ତା :୦୮/୧୨( )ଓଡ଼ିଶାର ଅଗ୍ରଣୀ ବୈପ୍ଲବିକ ସାମାଜିକ ସଂଗଠନ ଦଳିତ ଆଦିବାସୀ ମହାସଂଘ ତରଫରୁ ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସଭାପତି ପରମାନନ୍ଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ନାଏକ ସ୍ୱାଗତ ଅଭିଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମହାସଚିବ ଦେବୀପ୍ରସାଦ ସିନ୍ଦୁର ସଭା ପରିଚାଳନା କରିଥିଲେ। ଏହି ଅବସରରେ ମହାସଂଘର ଭବାନୀପାଟଣା ନଗର କମିଟି ଗଠନ କରାଯାଇଥିଲା। ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଚକ୍ରଧର ସେଠୀ, କାର୍ଯ୍ୟକାରୀ ସଭାପତି ଭାବେ ଧବଳେଶ୍ୱର ମାଝୀ, ଅଭୟ ଚରଣ ନାଏକ, ଉପସଭାପତି ଭାବେ ପୃଥ୍ୱୀରାଜ ଛତ୍ରିଆ, ରାଜେଶ ଦୀପ, ପ୍ରକାଶ ମଙ୍ଗରାଜ, ଭଗବାନ ଜଗନ୍ନାଥ ପ୍ରସାଦ ମାଝୀ, ପ୍ରଦୀପ କୁମାର ନାଏକ, ସୁରେଶ ନାଏକ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ସେହିପରି ନଗର କମିଟିର ସାଧାରଣ ସମ୍ପାଦକ ଭାବେ ଯୋଗେଶ୍ୱର ନାଏକ, ଦେବେନ୍ଦ୍ର ନାଏକ, ପିତାମ୍ବର ଶବର, ବଳରାମ ନାଏକ, ମାନସ ରଞ୍ଜନ ସିନ୍ଦୁର, ସଞ୍ଜୟ ମେହେର, ତପନ କୁମାର ସ୍ୱାଇଁ, ସମ୍ପାଦକ ଭାବେ ବିଷ୍ଣୁ ଚରଣ ସେଠୀ, କିଶୋର ମହାନନ୍ଦ, ସୂର୍ଯ୍ୟକାନ୍ତ ମାଝୀ, ରଞ୍ଜିତ ଶବର, ନନ୍ଦ ନାଏକ, କମଳ ଲୋଚନ ଦୁର୍ଗାଙ୍କ ନାମ ଘୋଷଣା କରାଯାଇଥିଲା। ସେହିପରି କୋଷାଧ୍ୟକ୍ଷ ଭାବେ ଅମିତ ସେଠୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିବାବେଳେ କମିଟିର କାର୍ଯ୍ୟକାରୀ ସଦସ୍ୟ ଭାବେ ସଞ୍ଜିତ କୁମାର ବେହେରା, ନିଖିଲ କୁମାର ସିନ୍ଦୁର, ଟିକେଲାଲ ସତନାମୀ, ଗଣେଶ ସେଠୀ, ତପିମଣି ମାଝୀ, ପ୍ରଣବ କୁମାର ନାଏକ, ମହେଶ ବେଶ୍ରା, ସୁଶାନ୍ତ ବିଶ୍ୱାଳ, ଭୁବନେଶ୍ୱର ଶବର, ସୁଦୀପ୍ତ କୁମାର ମଲ୍ଲିକଙ୍କୁ ଚୟନ କରାଯାଇଥିଲା। କମିଟିର ଉପଦେଷ୍ଟା ଭାବେ ଉଦ୍ଧବ ମାଝୀ, ବରିଷ୍ଠ ଆଇନଜୀବୀ ସୁଶୀଲ କୁମାର ନାଏକ, ନିମାଞ୍ଚଳ ନାଏକ, ଜୟଶଙ୍କର ନାଏକଙ୍କ ସମେତ ହରପ୍ରସାଦ ସେଠୀ, ସରୋଜ ବାଗ, ସୁନୀଲ ନାଏକଙ୍କ ନାମ ଘୋଷଣା କରାଯାଇଥିଲା। ଶେଷରେ ଆସନ୍ତା ୧୧ ତାରିଖ ଦିନ ବୀର ସହିଦ ରେଣ୍ଡୋ ମାଝୀଙ୍କ ସ୍ମୃତିରେ ସହିଦ ସପ୍ତାହ ଏବଂ ପ୍ରାକୃତିକ ଯନ୍ତ୍ରୀ ତଥା ଜଳପରୁଷ କାର୍ଜୀ ମାଝୀଙ୍କ ସ୍ମୃତିରେ ଅନୁଷ୍ଠିତ ହେବାକୁ ଥିବା କାର୍ଜୀ ମାଝୀ ବର୍ଷ ଓ ରାଜ୍ୟସ୍ତରୀୟ ସେମିନାର କୁ ସଫଳ କରିବାକୁ ଆଲୋଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *