
କେସିଙ୍ଗା୮/୩ ବୃନ୍ଦାବନ ସଂସ୍କୃତିକ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଟି ଆଇ ଯୋଜନା ଦ୍ୱାରା ଉତ୍କେଲା ଅଙ୍ଗନୱାଡି କେନ୍ଦ୍ର ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଟି ଆଇ ଯୋଜନାର ପ୍ରୋଗ୍ରାମ ମ୍ୟାନେଜର ସୁକଦେଵ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଉତ୍କେଳା ଡାକ୍ତରଖାନାର ଡ଼ାକ୍ତର ସୁଶ୍ରୀ ସୋନାଲିକା ସାହୁ, କେସିଙ୍ଗା ଡାକ୍ତରଖାନର ଆଇ ସି ଟି ସି କାଉନସିଲର ବିଭୁ ମହାପାତ୍ର ଯୋଗଦେଇ ମହିଳା ମାନଙ୍କ ଉପରେ ବିଶେଷ ମାଗଦର୍ଶନ କରିଥିଲେ। ଏହି ଅବସରରେ ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ଥିଲେ।ଅନ୍ୟମାନଙ୍କ ମଧ୍ୟରେ ଭାରତୀ ପଧାନ, କୁସୁମଞ୍ଜରୀ ଦୀପ କବିତା ପାଣିଗ୍ରାହୀ, କମ୍ବୁପାଣି ବାଗ , ଅନୁରାଧା ସାହୁଙ୍କ ସମେତ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ଓ ଆଶା ଦିଦି ମାନେ ଉପସ୍ଥିତ ଥିଲେ।