ଆମ ଓଡିଶା ନବୀନ ଓଡିଶା ଯୋନାର ସ୍ପେଶାଲ ଅଡିିଟ୍ ପାଇଁ ପଞ୍ଚାୟତିିରାଜ ବିଭାଗ ପକ୍ଷରୁ ନିର୍ଦେଶ

କେସିଙ୍ଗା- ୨୯/୪ ପୂର୍ବ ବିଜେଡି ସରକାର ଠିକ୍ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରତି ଗ୍ରାମ ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରତି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ବ୍ୟବସ୍ଥା କରିଥିଲେ। କିନ୍ତୁ ଶୁଣିବାକୁ ମିଳେ ଏହି ଯୋଜନାରେ କେତେକ ପଞ୍ଚାୟତକୁ ସମ୍ପୂର୍ଣ ଅର୍ଥ ପ୍ରଦାନ କରିଥିବା ବେଳେ ଆଉ କେତେକ ପଞ୍ଚାୟତ ପାଇଁ ସମ୍ପୂର୍ଣ ଅର୍ଥ ଦେଇ ପାରିନଥିଲେ। ଅନ୍ୟପକ୍ଷେ କଳାହାଣ୍ଡି ଜିଲ୍ଲାରେ ଏହି ଯୋଜନାରେ ହୋଇଥିବା କେତେକ କାମରେ ବ୍ୟାପକ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଏଣୁ ରାଜ୍ୟ ସରକାରଙ୍କ ପଞ୍ଚାୟତିିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବଙ୍କ ଆଦେଶ ପତ୍ର ସଂଖ୍ୟା ୯୮୧୩ ପିଆର ଆଣ୍ଡ ଆରଡବ୍ଲୁ/ ତା. ୧୧. ୪. ୨୦୨୫ ରିଖ ଅନୁସାରେ ବିଭାଗୀୟ ଅତିରିକ୍ତ ସଚିବଙ୍କ ଚିଠି ନଂ ୧୦୮୦୩/ତା. ୨୩. ୦୪. ୨୦୨୫ ରିଖରେ କୋରାପୁଟ, କଳାହାଣ୍ଡି, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବିଡ଼ିଓ ଙ୍କୁ ଚିଠି ଲେଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *