ଆସନ୍ତା ୭ ରୁ ଇନ୍ଦ୍ରାବତୀରୁ ରବି ଫସଲ ପାଇଁ ଜଳସେଚନ

ଭବାନୀପାଟଣା -୫/୧ ଆସନ୍ତା ୭ ତାରିଖ ମଙ୍ଗଳବାର ଠାରୁ ଇନ୍ଦ୍ରାବତୀ ଜଳ ପ୍ରକଳ୍ପରୁ ରବିଚାଷ ପାଇଁ ଜଳସେଚନ ଆରମ୍ଭ ହେବ ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣି ପ୍ରକାଶ କରିଛନ୍ତି। ଜଳଭଣ୍ଡାର ମଧ୍ୟରେ ଗତବର୍ଷ ତୁଳନାରେ କମ୍ ଜଳ ଗଚ୍ଛିତ ଥିବାରୁ ରବି ଜଳସେଚନକୁ ସଙ୍କୁଚିତ କରାଯାଇ ଉଭୟ ଦକ୍ଷିଣ ଓ ବାମ କେନାଲରେ ୫୩ ହଜାର ୩୭୪ ହେକ୍ଟରକୁ ଜଳସେଚନ କରାଯିବ ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ କହିଛନ୍ତି। ତନ୍ମଧ୍ୟରୁ ଜୟପାଟଣା ବ୍ଲକରେ ୧୩, ୭୮୫ ହେକ୍ଟର, କଲମପୁର ବ୍ଲକର ୮୮୪୪.୨୧ ହେକ୍ଟର, ଜୁନାଗଡ଼ ବ୍ଲକର ୨୧,୭୨୮ ହେକ୍ଟର, ଧର୍ମଗଡ ବ୍ଲକର ୬୯୦୫. ୮୭ ହେକ୍ଟର ଓ କୋକସରା ବ୍ଲକର ୨୧୧୦. ୬୨ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। ତେବେ ଗତ ଶନିବାର ସୁଦ୍ଧା ଜଳଭଣ୍ଡାର ଜଳପତ୍ତନ ୫୦. ୯୮ ପ୍ରତିଶତ ଥିବା ବିଭାଗୀୟ ସୁତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *