କେସିଙ୍ଗା ୧୩/୪ ରାଜ୍ୟ ସରକାର ଗତ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଓଡିଶା ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ୭୦ ରୁ ବର୍ଷ ଉର୍ଦ୍ଧ୍ୱ ବୟସ୍କ ହିତାଧିକାରୀ ଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଦେଶର ୨୯୦୦ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ଯେ କୌଣସି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହୋଇପାରିବେ। ଏହିସବୁ ଯୋଜନାର ବିଶେଷତ୍ୱ ହେଉଛି, ପରିବାରର ସମସ୍ତ ସଦସ୍ୟ ଚିକିତ୍ସାର ସୁବିଧା ପାଇ ପାରିବେ ଓ ପ୍ରତ୍ୟେକଙ୍କୁ ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯିବ। କିନ୍ତୁ ପୂର୍ବ ସରକାର କେବଳ ପରିବାରର ଜଣେ ସଦସ୍ୟଙ୍କ ପାଇଁ ସ୍ବାସ୍ଥ୍ୟକାର୍ଡ ଉଦ୍ଦିଷ୍ଟ ଥିଲା।