କେସିଙ୍ଗା -୧୬/୪ ଓଡିଶା ସରକାରଙ୍କ ପଞ୍ଚାୟତିିରାଜ ଓ ପାନୀୟଜଳ ବିଭାଗ କମିଶନର କମ୍ ସଚିବଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବାର୍ଷିକ ସହ ସ୍ପେଶାଲ ଅଡିଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପଞ୍ଚାୟତିରାଜ କମିଶନ କମ୍ ସଚିବଙ୍କ କାର୍ଯ୍ୟାଳୟ ଚିଠି ନଂ ୧୭- ଅଡିଟ୍- ୧୦-୯୦୨୦- ୨୦୨୫-୨୬/୯୮୧୩/ପିଆର୍ ଏବଂ ଡିଡବ୍ଲୁ/ତା୧୧. ୦୪. ୨୦୨୫ରିଖ ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଉତ୍କେଲା ଓ ଚାଞ୍ଚେର ପଞ୍ଚାୟତରେ ସ୍ପେଶାଲ ଅଡିଟ କରିବା ପାଇଁ ନୋଟିସ୍ ଜାରି କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଉତ୍କେଳା ଓ ଚାଞ୍ଚେର ପଞ୍ଚାୟତର ପୂର୍ବତନ ପିଇଓ ଲମ୍ବୁ ଶିଖା ୨୦୨୨-୨୩ ରୁ ୨୦୨୪ ସେପ୍ଟେମ୍ବର ଯାଏ ୧୪ ଓ ୧୫ଦଶ ଓଡିଶା ଫାଇନାନ୍ସ କମିଶନ ଏବଂ ୪ର୍ଥ ଓ ୫ମ୍ କେନ୍ଦ୍ରୀୟ ଫାଇନାନ୍ସ କମିଶନ ଫଣ୍ଡରୁ ମଞ୍ଜୁର ହୋଇଥିବା ଅନୁଦାନ ଅପ ବ୍ୟବହାର କରି ଦେଢ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। କିନ୍ତୁ ଏହି ଅଭିଯୋଗକୁ ଭଣ୍ଡୁର କରିବା ପାଇଁ କେତେକ ଜିଲ୍ଲା ପ୍ରଶାସନିକ ଅଧିକାରୀ ଆପ୍ରାଣ ଚେଷ୍ଟା କରିଥିଲେ ହେଁ ଶେଷରେ ଦୀର୍ଘ ୩ ମାସ ପରେ କଳାହାଣ୍ଡି ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ଗତ ୩ ତାରିଖରେ ଏହି ଦୁର୍ନୀତିର ସ୍ପେଶାଲ ଅଡିଟ୍ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ। ଇତି ମଧ୍ୟରେ ପୂର୍ବତନ ପିଇଓ ଶ୍ରୀ ଶିଖାଙ୍କୁ ଥୁଆମୂଳ ରାମପୁର ବ୍ଲକକୁ ବଦଳି ହୋଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଅଫିସରେ ଆଟାଚ୍ ଥିବା ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ।