ଉତ୍କେଲା ଲାଲବାହାଦୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଉତ୍କେଲା- ୦୪/୦୪ କେସିଙ୍ଗା ବ୍ଲକ ଉତ୍କେଲା କ୍ଲଷ୍ଟରର ଲାଲବାହାଦୁର ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ମିଶ୍ର ଙ୍କ ସଭାପତିତ୍ୱରେ ପାଳନ ହୋଇଯାଇଛି। ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଉତ୍କେଲା ସମିତି ସଭ୍ୟ ତ୍ରିନାଥ ମାଝୀ, ସମ୍ମାନିତ ରୂପେ ଅତିଥି ପବନ କୁମାର ଜୈନ, ସି ଆର ସି ସି ଭୀଷ୍ମରଥି ସାହୁ, ମୁଖ୍ୟବକ୍ତା ଭାବେ ଜୟହରୀ ପୁଟେଲ, ପରିଚାଳନା କମିଟୀ ସଭାପତି ନରେଶ ଶବର ମଂଚାସୀନ ରହିଥିଲେ। ଉତ୍କେଲା ବିକାଶ ମଞ୍ଚ ସଭାପତି ଅନିରୁଦ୍ଧ ସାହୁ, ସମ୍ପାଦକ ଟଙ୍କଧର ନାଏକ, ସଦସ୍ୟ ବସନ୍ତ ପୁରୋହିତ, ବେଲାଲସନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା ଅର୍ଜୁନ ପୋଢ଼ କରିଥିବା ବେଳେ ଶିକ୍ଷୟିତ୍ରୀ ମଧୁସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉପଲକ୍ଷେ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *