ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେସିଙ୍ଗା ୧୯.୧୨(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ଏନ ଏ ସି ପକ୍ଷରୁ ଗତକାଲି ଏନ ଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ପାଇଁ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ସଦଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୧୦ ତାରିଖ ଗୋଟିଏ ଦିନ ଧରି ଏନ ଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ ବିଦ୍ୟାପୀଠ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଛି। ଏହି ଉତ୍ସବ କିପରି ପାଳନ କରାଯିବ ସେଥିପାଇଁ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ ଯଥା ମଶାଲ ଯାତ୍ରା, ନାଚ, ଗୀତ, ଲୋକକଳା, ଆଲୋକୀକରଣ, ତୋରଣ ସାଜସଜ୍ଜା, ପୁରସ୍କାର ବିତରଣ, ଖାଦ୍ୟପେୟ, ପାନୀୟଜଳ ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ନିର୍ବାହୀ ଅଧିକାରି ପ୍ରଣବ କୁମାର ଚାନ୍ଦ, ଉପାଧକ୍ଷ୍ୟା ସରସ୍ୱତୀ ସାହା, ଅବସର ପ୍ରାପ୍ତ ଅଧ୍ୟାପକ ବି.ଚନ୍ଦ୍ର ଶେଖର ଆଚାରୀ, ସମସ୍ତ କାଉନସିଲର ,ବିଜେଡି ଟାଉନ ସଭାପତି ରମେଶ ପଟ୍ଟନାୟକ ପ୍ରମୁଖ ବୈଠକରେ ଉପସ୍ଥିତ ରହି ନିଜସ୍ଵ ମତାମତ ପ୍ରଦାନ କରିଥିଲେ। ଏନ୍ଏସି ର ସମସ୍ତ କର୍ମଚାରୀ ମାନେ ବୈଠକ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *