ଏନ ଏ ସି ର ତ୍ରୁଟି ପୂର୍ଣ୍ଣ ପ୍ଲାନିଂ ଯୋଗୁଁ ରାସ୍ତା ମରାମତି ପରେ ବି ଯଥା ପୂର୍ବଂ ତଥା ପରଂ

କେସିଙ୍ଗା-୪/୧୦ କେସିଙ୍ଗା ଏନ୍ ଏ ସି ଅନ୍ତଗର୍ତ ୯ ନମ୍ବର ୱାର୍ଡ ର ଶ୍ୟାମ ରାଇସ ମିଲ୍ ପାଚେରୀ ନିକଟ ଦକ୍ଷିଣ ପାର୍ଶ୍ଵ ରାସ୍ତା ପ୍ରଥମେ କଂକ୍ରିଟ ଥିଲାବେଳେ ରାସ୍ତା ଶୋଚନୀୟ ହୋଇପଡ଼ିବାରୁ ତା’ଉପରେ ପିଚୁ ଢଳାଯାଇ ଆମ୍ବେଦକର ଛକରୁ ସୁବାଷ ଜୈନଙ୍କ ଘର ସାମ୍ନା ପର୍ଯ୍ୟନ୍ତ ରାସ୍ତା କାମ ହୋଇଥିଲା। କିନ୍ତୁ ପିଚୁ ରାସ୍ତା ହେବାର ୨/୩ ବର୍ଷ ପରେ ଯେଉଁଠି ଖାଲ ଥିଲା ବର୍ଷା ହେଲେ ପାଣି ଜମି ରହି ସେଠାରେ ପିଚୁ ନଷ୍ଟ ହୋଇଯାଉଥିଲା। ଏହିପରି ଏକ ବିରାଟ ଖାଲ ନୂତନ ପ୍ରାରମ୍ଭ ସ୍କୁଲ ଟିକେ ଆଗକୁ ହୋଇଥିଲା। ରାସ୍ତା ଉପରେ ଏହି ଖାଲରେ ପାଣି ଜମି ଏକ ପୋଖରୀ ଭ୍ରମ ସୃଷ୍ଟି କରୁଥିଲା। ଏଥିଯୋଗୁଁ ଏହି ସ୍ଥାନରେ ଯାନବାହାନ ଯାତାୟତ କଲାବେଳେ ଦୁର୍ଘଟଣା ମଧ୍ୟ ଘଟୁଥିଲା। ଏନେଇ ଏନ୍ ଏ ସି ରେ ବାରମ୍ବାର ଅଭିଯୋଗ କଲାପରେ ଗତ ସେପ୍ଟେମ୍ବର ୨୬ ତାରିଖରେ ଏହି ଖାଲ ସ୍ଥାନରେ କଂକ୍ରିଟ ଢଳାଯାଇ ମରାମତି କରାଯାଇଥିଲା। ଠିକାଦାର ଆବଶ୍ୟକ ସାମଗ୍ରୀ ଓ ଲେବର୍ ଯୋଗାଇ ଦେଇଥିଲେ ହେଁ ସେଠାରେ ଯନ୍ତ୍ରୀ ଏବଂ ଓ୍ବାର୍କ ସରକାର ଦିନ ତମାମ ରହି ମରାମତି କାର୍ଯ୍ୟର ତଦାରଖ କରୁଥିଲେ। କିନ୍ତୁ ଯେଉଁ ସ୍ଥାନ ମରାମତି ହେଉଥିଲା, ସେହି ସ୍ଥାନଟି ପୁଣି ଖାଲ ରହିଥିବାରୁ ପାଣି ଜମି ରହୁଛି। ଏ ବିଷୟରେ ଏନ୍ ଏ ସି ର କନିଷ୍ଠ ଯନ୍ତ୍ରୀ ନାରାୟଣ ମହାରଣାଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆମେ ଦିନେ କିମ୍ବା ଦୁଇଦିନ ଦେଖିଲା ପରେ ଯଦି ଖାଲରେ ପାଣି ଜମି ରହୁଛି, ତାକୁ ଠିକ୍ କରିଦେବୁ। ଏହାର ୩/୪ ଦିନ ପରେ ଖାଲରେ ପାଣି ଜମି ରହୁଥିବା ବିଷୟରେ ଶ୍ରୀ ମହାରଣାଙ୍କୁ ଅନେକ ଥର ଫୋନ କରିବାରୁ ସେ ଫୋନ ଉଠାଇ ନଥିଲେ। ତେବେ ଯନ୍ତ୍ରୀ ଶ୍ରୀ ମହାରଣା ଫୋନ ନ ଉଠାଇବା ପରେ ନିର୍ବାହୀ ଅଧିକାରୀ ପ୍ରବଣ କୁମାର ଚାନ୍ଦଙ୍କୁ ଏ ସଂପର୍କରେ ଫୋନ ଯୋଗେ ଜଣାଇବାରୁ, ସେ କହିଥିଲେ ଯେ କାମ ଠିକ୍ ହୋଇଛି, ଆଉ କିଛି କାମ ସେଠାରେ ହେବ ନାହିଁ। ତୁମେ ଯାହା ଆଗରେ ଅଭିଯୋଗ କରିବାର ଅଛି କର, କିଛି ଲାଭ ହେବ ନାହିଁ କହି ଫୋନ କାଟି ଦେଇଥିଲେ। ତେଣୁ ଜିଲ୍ଲାପାଳ ଅଭିଯୋଗର ପ୍ରକୃତ ସ୍ଥାନ ଉପରେ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *