ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ପକ୍ଷୀଙ୍କ ପାଇଁ କାର୍ଯ୍ୟକ୍ରମ

କଲମପୁର- ୧୬/୧(ଗଣେଶରାମ ବାଗ) ଶୀତ ଋତୁ ଆସିଲେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥାଏ। ପକ୍ଷୀମାନଙ୍କ ବିଷୟରେ ଅବଗତ କରାଇବା ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି। କଳାହାଣ୍ଡି ଜିଲ୍ଲା ଦକ୍ଷୀଣ ବନାଞ୍ଚଳ ଅଧିନସ୍ଥ କଲମପୁର ବନପାଳଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି। ଗୁରୁବାର କଲମପୁର ବନପାଳ ଏକାଦଶୀ ନାଏକଙ୍କ ନେତୃତ୍ୱରେ ଏକ ଦଳ ଆଦର୍ଶ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ପକ୍ଷୀମାନଙ୍କ ବିଷୟରେ ଅବଗତ କରାଇଥିଲେ । ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ନାମ ଗଣନା ସହିତ ପରିବେଶ ପ୍ରତି ପକ୍ଷୀଙ୍କ ଅବଦାନ ନେଇ ବିସ୍ତୃତ ବର୍ଣ୍ଣନା କରିଥିଲେ। ଏଥିସହ ନିକଟରେ ଥିବା ପୋଖରୀ ପାଖକୁ ନେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟକ୍ଷ ଭାବେ ବୁଝାଇଥିଲେ । ଏଥିରେ ବନରକ୍ଷକ ସୁହାଗ ରଞ୍ଜନ ପଣ୍ଡା, ସୁଧାଂଶୁ ସାହୁ, ସୁଚିତ୍ର ପ୍ରଧାନ, ରଞ୍ଜିତା ଖାଡିଆ,ରବି ମିଶ୍ର, ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *