
ଭବାନୀପାଟଣା-୨୦/୧୨ ରାଜ୍ୟ ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ନ କରିବାରୁ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେପି ସରକାର ବିନା କଟନି ଛଟନୀରେ ଧାନ କ୍ବୁଇଣ୍ଟାଲ ପିଛା ୩୧୦୦ ଟଙ୍କା ରେ କିଣିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ତାହା ମିଛ ପ୍ରତିଶୃତିରେ ପରିଣତ ହୋଇଛି । ପ୍ରତ୍ୟେକ ମଣ୍ଡିରେ ୫ ରୁ ୮ କିଲୋ ପର୍ଯ୍ୟନ୍ତ କଟନି ଛଟନୀ କରି ମିଲରମାନେ ଧାନ ଉଠାଉଛନ୍ତି ଓ ପ୍ରଶାସନ ମଧ୍ୟ ନିରବଦ୍ରଷ୍ଟା ସାଜି ଚୁପ୍ ହୋଇ ରହିଛନ୍ତି। ଏହାକୁ ଆମେ ସଂପୂର୍ଣ୍ଣ ବିରୋଧ କରୁଅଛୁ । ସରକାର ଦେଇଥିବା ପ୍ରତିଶୃତିକୁ ରକ୍ଷା କରିନପାରିଲେ ଓ ଚାଷୀଭାଇଙ୍କ ପ୍ରତି ଅନ୍ୟାୟ ହେଲେ ଆମେ ତାଙ୍କ ସହିତ ଛିଡା ହେବୁ ଓ ଆଗକୁ ଭୟାଭୟ ଆନ୍ଦୋଳନ କରାଯିବ। ଚାଷୀଙ୍କୁ ପୂର୍ଣ୍ଣ ସମର୍ଥନ ଦେଇ କଂଗ୍ରେସ ତାଙ୍କ ସହିତ ଛିଡା ହେବ ବୋଲି ଆଲୋକପାତ କରିଥିଲେ । ଚାଷୀଙ୍କୁ କୁଇଣ୍ଟ୍ରାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରାଯାଉ । ବିନା କଟନି ଛଟନି ରେ ଧାନ ଉଠାଯାଉ । ଚାଷୀଙ୍କୁ ଅଖା ବସ୍ତା ଯଥା ଶୀଘ୍ର ଯୋଗାଇ ଦିଆଯିବା ସହ ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ଓ ଧାନ ମଣ୍ଡିରେ ପିଇବା ପାଣି ର ସୁବ୍ୟବସ୍ଥା କରାଯାଉ । ଏହା ସହିତ ବର୍ଷା ଦାଉରୁ ଚାଷୀଙ୍କ ଧାନକୁ ସୁରକ୍ଷିତ ରଖାଯିବା ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।