କବି ତଥା ଐତିହାସିକ ଶଶାଙ୍କ ପଣ୍ଡାଙ୍କୁ ବିଶ୍ବସ୍ତରୀୟ ସମ୍ମାନ

ନର୍ଲା-୯/୧୨ (ପ୍ରଦୀପ କୁମାର ଗଉଡ) କଳାହାଣ୍ଡି ଜିଲ୍ଲାର ମୋହନଗିରି ନିକଟସ୍ଥ ଲାତେର ଗ୍ରାମ ନିବାସୀ ଏବଂ ସମ୍ବଲପୁର ସହରର କୁଞ୍ଜେଲପଡାର ଓଡ଼ିଶା ସାହିତ୍ୟାକାଶର ପ୍ରଥିତଯଶା ଅତିବଡ଼ି ସମ୍ମାନ ପ୍ରାପ୍ତ କବି ସ୍ବର୍ଗତ ଉମାଶଙ୍କର ପଣ୍ଡା ଓ ପ୍ରଥମ ଆକାଶବାଣୀ ସ୍ଵୀକୃତିପ୍ରାପ୍ତ ସମ୍ବଲପୁରୀ ମହିଳା ଗୀତିକାର ଲୋକଜନନୀ ପଣ୍ଡାଙ୍କର ଜ୍ୟେଷ୍ଠ ପୁତ୍ର ଭାବରେ ଜନ୍ମିତ କବି ଓ ଐତିହାସିକ ଡକ୍ଟର ଶଶାଙ୍କ ଶେଖର ପଣ୍ଡାଙ୍କୁ ମିଳିତ ଜାତିସଂଘ ଅନୁବନ୍ଧିତ ଅନୁଷ୍ଠାନ ତରଫରୁ ନୂଆଦିଲ୍ଲୀ ସ୍ଥିତ ବିଶ୍ଵ ସଂସ୍କୃତି ଏବଂ ପର୍ଯ୍ୟାବରଣ ସଂରକ୍ଷଣ ଆୟୋଗର ଜାତୀୟ ସଦସ୍ୟତା ପ୍ରଦାନ କରାଯାଇଅଛି। ଏତଦ୍ ବ୍ୟତୀତ ଗତ ନଭେମ୍ବର ୨୦ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଓଡ଼ିଶାର ଇତିହାସ, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସମ୍ମାନସୂଚକ ଡକ୍ଟରେଟ ଉପାଧିରେ ମଧ୍ୟ ଭୂଷିତ କରାଯାଇଅଛି।

Leave a Reply

Your email address will not be published. Required fields are marked *