କେସିଙ୍ଗା-୨୯/୧୨ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଗ୍ରାମର ବାସହୀନମାନଙ୍କୁ ପ୍ରାୟ ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ ଗରିବ, ଭିନ୍ନକ୍ଷମମାନଙ୍କୁ ଘରଡିହ ପଟ୍ଟା ମିଳିନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ରୁ ପ୍ରକାଶ ଯେ ୧୯୮୦ ମସିହାରେ ତତ୍କାଳୀନ ସରକାର ରେଗଡା ରଜାପଡା ଠାରେ ୧୩ ଜଣ ପରିବାରକୁ ଘର ପଟ୍ଟା ଦେବା ସହ ବାସଗୃହ ଯୋଗାଇ ଦେଇଥିଲେ। ଏଥିସହିତ କିଛି ଲୋକଙ୍କୁ ସେହି ସ୍ଥାନରେ ଘର ପଟ୍ଟା ଯୋଗଇ ଦେଇଥିଲେ। ଏବେ ସେହି ପଟା ଗୋଚର ଜମି ପ୍ଲଟ ବୋଲି ଜଣାପଡିଛି. । ତେଣୁ ହିତାଧିକାରୀ ମାନେ ଚିନ୍ତାରେ ପଡିଯାଇଛନ୍ତି। ଏହି ପଡ଼ାରେ ୧୩ ଜଣ ପରିବାର ସହ ଆଉ ୬୫ ଟି ଗରିବ ଆଦିବାସୀ ପରିବାର ରହୁଥିବା ମଧ୍ୟ ଜଣାଯାଇଛି. ଏହି ପରିବାର ମାନଙ୍କ ପାଇଁ ଏଠାରେ ତତ୍କାଳୀନ ସରକାର ଆଇସିଡିଏସ କେନ୍ଦ୍ର ନିର୍ମାଣ ସହ ଏକ ପକ୍କା ରାସ୍ତା ମଧ୍ୟ ନିର୍ମାଣ କରିସାରିଛନ୍ତି. ତେଣୁ ଏମାନେ ଏବେ କଣ କରିବେ ? ଏନେଇ ଜନୈକ ଗଣମାଧ୍ୟମ ପ୍ରତିନିଧି ତହସିଲଦାରଙ୍କୁ ପଚାରିବାରୁ ଯଦି ସେମାନେ ପଟ୍ଟା ପାଇଛନ୍ତି ସେମାନେ ସେଟେଲମେଣ୍ଟରେ ପିଟିସନ କରିପାରିବେ ବୋଲି କହିଥିଲେ ।