କର୍ଲାମୁଣ୍ଡା ବ୍ଲକରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି

କେସିଙ୍ଗା -୧୩/୧୦ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କର୍ଲାମୁଣ୍ଡା ପଞ୍ଚାୟତର ତେରେସିଙ୍ଗା ଠାରେ ଏହି ମାସ ୧୧ ତାରିଖରେ ମନରେଗା ଯୋଜନାରେ ଏକ ଇତସ୍ତତଃ ନାଳ କାମରେ ଜାଲିଆତି କରି ବ୍ୟାପକ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ ଉକ୍ତ କାମର କୋର୍ଡ ନମ୍ବର ୨୪୧୦୦୦୫୦୧୨/ଡବ୍ଲୁସି/୧୦୯୧୫୯୬୩ ଥଲାବେଳେ ମଷ୍ଟରରୋଲ ନଂ ୩୭୮୦ ରହିଛି। କାମର କୋଅର୍ଡିନେଟରଙ୍କ ନମ୍ବର ୨୦୪୧୫୯୮୫, ୮୩୪୪୭୮୯୧୭ ଥିଲାବେଳେ ଗ୍ରାମସାଥୀ ଯୁଗଳ କିଶୋର ନାଏକ ଏଥିରେ ନିୟୋଜିତ ୬ଟି ଦଳର ୬୦ ଜଣଙ୍କ ଜିଓ ଟେକ୍ ଫଟୋ ନେଇ ମଷ୍ଟରରୋଲ ତିଆରି କରାଯାଇଥିବା କୁହାଯାଉଛି। କିନ୍ତୁ ଏମାନଙ୍କ ନାମରେ ଭିନ୍ନ ଭିନ୍ନ ଜବ୍ କାର୍ଡ ଥିବାବେଳେ ଗୋଟିଏ ଦଳର ୧୦ ଜଣ ଶ୍ରମିକଙ୍କ ଯେଉଁ ଫଟୋ ନିଆଯାଇଛି ସେହି ଗୋଟିଏ ଫଟୋ ୬ଟି ଗ୍ରୁପରେ ଯୋଡା ଯାଇଥିବା ଦେଖିବାକୁ ମଳିଛି। ଓଡିଶା ସରକାର ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ଅଣକୁଶଳୀ ମନରେଗା ଶ୍ରମିକଙ୍କ ଦୈନିକ ମଜୁରୀ ୩୭୦ ଟଙ୍କା କରିଥିବା ବେଳେ କେନ୍ଦ୍ର ସରକାର ଦୈନିକ ୭୮୩ ଟଙ୍କା କରିଛନ୍ତି। ଓଡିଶା ସରକାରଙ୍କ ଧାର୍ଯ୍ୟ ଦୈନିକ ମଜୁରୀ ୩୭୦ ଟଙ୍କା ହିସାବରେ ୬୦ ଜଣଙ୍କ ୨୨ ହଜାର ୨୦୦ ଟଙ୍କା ହେରଫେର କରି ଗୋଟିଏ ଦିନରେ ଆତ୍ମସାତ କରାଯାଇଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ତେଣୁ ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୣଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *