
କଲମପୁର,୨୬/୧୧(ଗଣେଶରାମ ବାଗ) କଲମପୁର ବ୍ଲକ ଅଲ ଓଡ଼ିଶା ସିଡୁଲ୍ କାଷ୍ଟ ଫେଡରେଶନ ଆନୁକୁଲ୍ୟରେ ୭୫ତମ ସମ୍ବିଧାନ ଦିବସ କଲମପୁର ମୁଖ୍ୟ ବଜାର ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି। କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ସଭାପତି ବଳରାମ ଦୁର୍ଗାଙ୍କ ସଭାପତିତ୍ଵ କାର୍ଯ୍ୟକ୍ରମରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଲମପୁର ତହସିଲଦାର ସ୍ମରଣିକା ତୁଳ, ମୁଖ୍ୟବକ୍ତା ଭାବେ ଓଏଭି ର ଶିକ୍ଷକ ତ୍ରିନାଥ ବାଗ, ସମ୍ମାନୀୟ ଅତିଥି ଭାବରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ, ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ ଓ ଦୁହିତା ମାଝୀ, କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସତ୍ୟ ନାରାୟଣ ରାଜପୁତ, ପୂର୍ବତନ ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ନିଆଁଲ , କଲମପୁର ଥାନା ସବ୍ଇନିସପେକ୍ତର ଡୋଳାମଣି ବିଶି, ବଡକୁଟ୍ରୁ ଫାଣ୍ଡି ଅଧିକାରୀ ଶିବଶଙ୍କର ମହାନ୍ତି , ହାରାମାଲ ସରପଞ୍ଚ ସୁଶୀଳା ଦୁର୍ଗା, ଅଧ୍ୟାପକ ବିରଞ୍ଚି କୁମାର ମାଝୀ , ରମେଶ ନିଆଲ , ମଙ୍ଗନିଆ ନିଆଲ୍, ସମାଜସେବୀ ଅରୁଣ ଜଗରିଆ ଓ ପ୍ରଶାନ୍ତ କୁମାର ମାଝୀ, କୋକସରା ବ୍ଲକ ସଭାପତି କୈଶିକ ଦୁରିଆ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଅତିଥି ମାନେ ମାଲ୍ୟାର୍ପଣ ଓ ଦୀପ ପ୍ରଜଳନ କରି ପଞ୍ଚଶିଲ ପଠନ ସହିତ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସମ୍ବିଧାନ ଦେଶର ସମସ୍ତ ନାଗରିକ ସହିତ ଜଳ,ବାୟୁ,ପଶୁ,ପକ୍ଷୀ,ବୃକ୍ଷଳତାକୁ ମଧ୍ୟ ବଞ୍ଚାଇବା ଅଧିକାର ଦେଇଛି, କିନ୍ତୁ କିଛି ଲୋକ ଉଦ୍ଦେଶ୍ୟ ମୂଳକ ଭାବେ ସମ୍ବିଧାନକୁ ଦୋଷ ଦେଇ, ସାମ୍ବିଧାନିକ ଅଧିକାର ପାଇବାରୁ ଦେଶବାସୀଙ୍କୁ ବଞ୍ଚିତ ରଖିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଠିକ୍ ସେହିଭଳି ଆଦିବାସୀ,ହରିଜନ ମାନଙ୍କ ପ୍ରତି ଜାତି ଧର୍ମ ଭେଦଭାବ ଆଜି ମଧ୍ୟ ଦେଶର ମୂଳ ସମସ୍ୟା ହୋଇଛି ବୋଲି ବକ୍ତାମାନେ କ୍ଷୋଭ ପ୍ରକାଶ କରିବା ସହ ସମ୍ବିଧାନକୁ ସମସ୍ତେ ଅଧ୍ୟୟନ କରି ନିଜର ମୌଳିକ ଅଧିକାର ହାସଲ କରିବା ଓ ସମ୍ବିଧାନ ଦିବସକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଦେଶର ସମସ୍ତେ ପାଳନ କରିବା ଜରୁରୀ ବୋଲି କହିଥିଲେ। ସେନାପତି ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ବଳରାମ ଛତ୍ରିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । ଚକ୍ରଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ସମ୍ବିଧାନ ପ୍ରେମୀ ମହିଳା ପୁରୁଷ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ଓ କାର୍ଯ୍ୟକ୍ରମ ପରିଚାଳନାରେ କଲମପୁର ବ୍ଲକ ଅଲ୍ ଓଡିଶା ସିଡୁଲ କାଷ୍ଟ ଫେଡରେଶନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।