କଲମପୁର ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ

କଲମପୁର, ୨୨/୧୨(ଗଣେଶରାମ ବାଗ) ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ ନଂ-୧ ମୁଖିଗୁଡ଼ାଙ୍କ ଦ୍ବାରା ଆୟୋଜିତ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ଗୁମାବହାଲ ସ୍ଥିତ କଲମପୁର ବିଭାଜନ ନଂ -୧ ପରିସର ମଧ୍ୟରେ ମହା ସମାରୋହରେ ରବିବାର ପାଳିତ ହୋଇଯାଇଛି। ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟବକ୍ତା, କୃଷକ ନେତା ଦୀପ୍ତି ନାରାୟଣ ପ୍ରହରାଜ, ପ୍ରଶାନ୍ତ ପାଟ୍ଟଯୋଶୀ, କଲମପୁର ପେକ୍ସ ସଭାପତି ତଥା ସାମ୍ୱାଦିକ ଶଙ୍କର୍ଷଣ ବେହେରା, ସମାଜସେବୀ ସୁଶାନ୍ତ ରାଉତ, ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ପାଣି ପଞ୍ଚାୟତ ଏକ କୃଷକ ସଂଗଠନ। ସ୍ଥଳ ବିଶେଷରେ ଏହା ତ୍ରିସ୍ତରୀୟ, ଚର୍ତୁସ୍ତରୀୟ ଓ ଏକକ ସ୍ତରୀୟ ଅଟେ। ଜଳସେଚନ ବ୍ୟବସ୍ଥାର ଭିତ୍ତିଭୂମି ବିକାଶ, ରକ୍ଷଣାବେକ୍ଷଣ ଓ ପରିଚାଳନା ସମସ୍ତ ଚାଷୀଙ୍କୁ ସୁଷମ ତଥା ନିର୍ଭରଯୋଗ୍ୟ ଜଳ ଯୋଗାଣ, ସମଗ୍ର ସେଚାଞ୍ଚଳରେ ମିତବ୍ୟୟୀ ଜଳ ବ୍ୟବହାର ବ୍ୟବସ୍ଥାରେ ପାଣି ପଞ୍ଚାଯତର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତ ରଖିଥିଲେ । ଏହି ଅବସରରେ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଚିତ୍ତ ରଞ୍ଜନ ଦଳପତି ମଞ୍ଚକୁ ପରିଚାଳନା କରିଥିବା ବେଳେ ଆରସିଡ଼ି ୧ ଅଧିନରେ ଥିବା ସମସ୍ତ ପାଣି ପଞ୍ଚାଯତର କର୍ମକର୍ତ୍ତା ସମେତ ବହୁ ସଂଖ୍ୟାରେ ଚାଷୀମାନେ ଉପସ୍ଥିତ ଥିଲେ। ଶେଷରେ ସଫଳ ଚାଷୀ ଏବଂ କଳାକାର ମାନଂକୁ ପୁରସ୍କୃତ କରାଯାଇ ସମ୍ମାନିତ କରାଯାଇ ଥିଲା। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରତାପଚନ୍ଦ୍ର ବେହେରା ତଥା କର୍ମଚାରୀ, ଚାଷୀ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *