କଲମପୁର ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

କଲମପୁର- ୧୨/୨(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ଥାନାରେ ଗତ ସୋମବାର ଦିନ ନୂତନ ଥାନା ଆଧିକାରୀ ନୀଳାମ୍ବର ଯାନି ଯୋଗଦାନ କରିଛନ୍ତି । ଶ୍ରୀ ଯାନୀ ଏହା ପୂର୍ବରୁ ବିଜେପୁର ଥାନା ଅଧିକାରୀ ଭାବେ ନିୟୋଜିତ ଥିଲେ। ମଙ୍ଗଳବାର ଦିନ ଔପଚାରିକ ଭାବେ କଲମପୁର ସାମ୍ବାଦିକ ସଂଘର ସଦସ୍ୟମାନେ ସାକ୍ଷାତ କରି ଶ୍ରୀ ଯାନୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସ୍ଵାଗତ ସମ୍ବର୍ଦ୍ଧନା ସମୟରେ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ନାଏକ, ଗଣେଶରାମ ବାଗ, ସଞ୍ଜୟ ସାହୁ, ଏମଡି ଇଲାହି, ରାଜେଶ ସାହୁ, ଭୁଜରାଜ ଛତ୍ରିଆ, ରଞ୍ଜନ ସାହୁ, ଦର୍ଶନ ଗୁପ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ଥାନା ଅଧିକାରୀ ଶ୍ରୀ ଯାନୀ ମୁଁ ଶୁଣିବାକୁ ପାଇଛି ଏହି ଅଞ୍ଚଳ ଶାନ୍ତିପ୍ରିୟ ତଥାପି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏବଂ ଟ୍ରାଫିକ ସମସ୍ୟା, ଯାନବାହାନ ନିୟନ୍ତ୍ରଣ ଉପରେ ଫୋକସ କରିବୁ ବୋଲି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *