
କଲମପୁର, ୧/୧୧ (ଗଣେଶରାମ ବାଗ) କଲମପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ଆଜି ଶୁକ୍ରବାର ଦିନ ୭୫ତମ ଜିଲ୍ଲା ଗଠନ ଦିବସ ସମାରୋହ ଅନୁଷ୍ଠିତ ଯାଇଛି l ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷା ମୋତୀ ବିହାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ତହସିଲଦାର ସ୍ମରଣିକା ତୁଳ, ବିଇଓ ମଧୁସ୍ମିତା ନାଏକ, ସିଡିପିଓ ନିର୍ବାସିନୀ ଦେଇ, ବିଧାୟକ ପ୍ରତିନିଧି ସୁଶାନ୍ତ ରାଉତ, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ମଞ୍ଚାସୀନ ଥିଲେ । କଳାହାଣ୍ଡି ଜିଲ୍ଲା ପୂର୍ବ ଇତିହାସରେ ଭୋକର କଳାହାଣ୍ଡି ଭାବେ ଗଣ୍ୟ ହେଉଥିବା ବେଳେ କଳାହାଣ୍ଡି ଆଜି ଧାନ ଚାଷ କ୍ଷେତ୍ରରେ ଅଗ୍ରଗତି କରି ରାଜ୍ୟ ଏବଂ ବିଦେଶକୁ ଅନ୍ନ ଯୋଗାଉଛି ଏବଂ ବିକାଶ କ୍ଷେତ୍ରରେ ଅଗ୍ରଗତି କରିପାରିଛି । କଳାହାଣ୍ଡିର ପାଚୂର୍ଯ୍ୟମୟ ଐତିହ୍ୟ, କଳା , ସଂସ୍କୃତି , ପରମ୍ପରା ରାଜ୍ୟ ଓ ଦେଶ ବିଦେଶରେ ପହଞ୍ଚିପାରିଛି । କଳାହାଣ୍ଡି ଜିଲ୍ଲା ପ୍ରକୃତିର ଗନ୍ଥାଘର ଯେଉଁଠି ପାହାଡ , ପର୍ବତ , ଝରଣା , ଜଳପ୍ରପାତ ତଥା ଅନେକ ସ୍ଥାନରେ ଐତିହାସିକ କିମ୍ବଦନ୍ତୀ ରହିଛି । ବିଭିନ୍ନ କଳାରେ ଭରପୁର କଳାହାଣ୍ଡି ଆଜି କଳା ସଂସ୍କୃତି କ୍ଷେତ୍ରରେ ସୁନାମ ଅର୍ଜନ କରିପାରିଛି । ଗଡ଼ଜାତ ଅଞ୍ଚଳ ରାଜାରାଜୁଡା ଶାସନରେ ବିଶେଷ ପ୍ରଭାବ ରହିଥିଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିପିଏମ ରିଜିଆନୁସ ଏକ୍କା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହା ପୂର୍ବରୁ ବିଭିନ୍ନ ସ୍କୁଲ ଏବଂ ମିଶନ ଶକ୍ତି କେଡରମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ବ୍ଲକ କର୍ମଚାରୀ, ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ, ମିଶନ ଶକ୍ତି , ଜିପିଏଲଏଫ ସଭାନେତ୍ରୀ, ସମ୍ପାଦିକା, ଏମବିକେ, ବ୍ୟାଙ୍କ ମିତ୍ର, ସିଆରପି ସିଏମ, ସ୍କୁଲ ଛାତ୍ରୀଛାତ୍ର, ଏସଏଚଜି ମହିଳାନେତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ସିଡିପିଓ ନିର୍ବାସିନୀ ଦେଇ ଧନ୍ୟବାଦ ପ୍ରଦାନ କରିଥିଲେ । ଏହାପରେ ଆଜି ଦୁର୍ନୀତି ନିବାରଣ ସପ୍ତାହ ୨୦୨୪ ଅକ୍ଟୋବର ୨୮ ଠାରୁ ୩ ନଭେମ୍ବର ପର୍ଯ୍ୟନ୍ତ ପାଳନ ହେବାକୁ ଥିବାବେଳେ ଶୁକ୍ରବାର ଦିନ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି । ଉପସ୍ଥିତ ଥିବା ଶତାଧିକ ଲୋକ ପଞ୍ଚାୟତ ସମିତି ସଭାଗୃହ ଠାରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ ।
