
କଲମପୁର- ୧୦/୧୧(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ଧାନ ମଣ୍ଡି ପରିସରରେ ବ୍ଲକ ୧୧ଟି ଗ୍ରାମ ପଞ୍ଚାୟତର କମ୍ପ୍ୟୁଟର ଦୋକାନୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜ୍ଞାନ ରଞ୍ଜନ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ କମ୍ପ୍ୟୁଟର କେନ୍ଦ୍ରରେ ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ନିଜ ନିଜ ମଧ୍ୟରେ ପ୍ରତିଯୋଗିତା ହେଉଥିବାରୁ କମ୍ପ୍ୟୁଟର ମାଲିକମାନେ ବେଳେ ବେଳେ କ୍ଷତିର ସମ୍ମୁଖିନ ହୋଇଆସୁଛନ୍ତି। ଏଥିପାଇଁ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏସବୁ ସମସ୍ୟାର ସମାଧାନ କରିବା ପାଇଁ ହେଲେ ସଂଘଠନ ଅତ୍ୟନ୍ତ ଆବଶ୍ୟକ ବୋଲି ସମସ୍ତେ ବୈଠକରେ ସର୍ବସମ୍ମତିକ୍ରମେ ମତ ପ୍ରକାଶ କରିଥିଲେ । ବୈଠକରେ ଉପସ୍ଥିତ ସମସ୍ତ ୩୬ଜଣ କର୍ମକର୍ତ୍ତାଙ୍କୁ ନେଇ କମ୍ପ୍ୟୁଟର ମାଲିକ ସଂଘ ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବେ ଜ୍ଞାନ ରଞ୍ଜନ ପଣ୍ଡାଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ମାଝୀ, ଉପସଭାପତି ଭାବେ ମନୀଷ କୁମାର ନାଏକ, ଯୁଗ୍ମ ସମ୍ପାଦକ ଭାବେ ଦୁଷ୍ମନ୍ତ ଛତ୍ରିଆଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଉପଦେଷ୍ଟା ଭାବେ ବରିଷ୍ଠ ସଭ୍ୟ ନିରଞ୍ଜନ ପାଢ଼ୀ, ସୁଧୀର ରାଉତ, ମୃତୁଞ୍ଜୟ ବେହେରା ପ୍ରମୁଖ ମନୋନୀତ ହୋଇଛନ୍ତି। ଆଗାମୀ ଦିନରେ ଦୋକାନୀ ମାନେ ସମସ୍ତେ ଏକଜୁଟ ହୋଇ ସଂଘର ସମସ୍ତ ନିୟମ ଅନୁସାରେ କାର୍ଯ୍ୟ କରିବା ପାଇଁ ମତ ପ୍ରକାଶ ପାଇଥିଲା ।