
କଲମପୁର- ୮/୧୨(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପ୍ରାଇମେରୀ ଟିଚର୍ସ ଆସୋସିଏସନ୍ ଆନୁକୁଲ୍ୟରେ ଟିଚର୍ସ ପ୍ରିମିୟମ ଲିଗ୍ ୨୦୨୪ ସିଜନ୍ ୧ ପ୍ରତିଯୋଗିତା କଲମପୁର ମିନି ଷ୍ଟଡିୟମ ଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏଥିରେ କଲମପୁର ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ୬ଗୋଟି କ୍ଳଷ୍ଟର ମଧ୍ୟରୁ ମିନଗୁର ବ୍ଲାଷ୍ଟର୍ସ ଏକାଦଶ, ବରଗାଁ ହଣ୍ଟର ଏକାଦଶ, କଲମପୁର ଲାୟନ ଏକାଦଶ, ମଣ୍ଡଳ ମାର୍ବଲ ଏକାଦଶ, ଚୁରାଗାଁ ରାଇଜିଙ୍ଗ୍ ଏକାଦଶ ଓ ବିଜମରା ଫାଇଟର୍ ଏକାଦଶ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ମଧୁସ୍ମିତା ନାଏକ, ବ୍ଲକ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚ ମିନଗୁର ଓ ବରଗାଁ ଏକାଦଶ ମଧ୍ୟରେ ଆରମ୍ଭ ହୋଇଥିଲା। ସେଥିରେ ମିନଗୁର ବିଜୟୀ ହୋଇଛି, ସେହିଭଳି ଚୁରାଗାଁ ଓ ବିଜମରା ଏକାଦଶ ମଧ୍ୟରେ ଚୁରାଗାଁ ବିଜୟ ଲାଭ କରିଥିବା ବେଳେ ମିନଗୁର ଓ ମଣ୍ଡଳ ଏକାଦଶ ମଧ୍ୟରେ ମଣ୍ଡଳ ବିଜୟ ଲାଭ କରିଛି । ଆସୋସେସନ ସଭାପତି ସନାତନ ଭଞ୍ଜ , ସଂପାଦକ ଶୁଭେନ୍ଦୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ନିତେଶ ପଣ୍ଡା, ସୁଶୀଲ ପଟ୍ଟନାୟକ ଲୋକେଶ ମାଝି, ଥବିର ଖମାରୀ ଖେଳ ପରିଚାଳନା କରିଥିଲେ ।