କଲମପୁର ମିନି ଷ୍ଟାଡିୟମ ରେ ଟିଚର୍ସ ପ୍ରିମିୟମ ଲିଗ୍ ସିଜନ୍ ଉଦଯାପିତ

କଲମପୁର- ୯/୧୨(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପ୍ରାଇମେରୀ ଟିଚର୍ସ ଆସୋସିଏସନ୍ ଆନୁକୁଲ୍ୟରେ ଟିଚର୍ସ ପ୍ରିମିୟମ ଲିଗ୍ ୨୦୨୪ ସିଜନ୍ ୧ ପ୍ରତିଯୋଗିତା କଲମପୁର ମିନି ଷ୍ଟଡିୟମ ଠାରେ ଆନୁଷ୍ଠାନିକ ଭାବେ ଶନିବାର ଉଦଘାଟିତ ହୋଇ ରବିବାର ଉଦଯାପିତ ହୋଇଯାଇଛି । ଏଥିରେ କଲମପୁର ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ୬ଗୋଟି କ୍ଳଥଷ୍ଟର ମଧ୍ୟରୁ ମିନଗୁର ବ୍ଲାଷ୍ଟର୍ସ ଏକାଦଶ, ବରଗାଁ ହଣ୍ଟର ଏକାଦଶ, କଲମପୁର ଲାୟନ ଏକାଦଶ, ମଣ୍ଡଳ ମାର୍ବଲ ଏକାଦଶ,ଚୁରାଗାଁ ରାଇଜିଙ୍ଗ ଏକାଦଶ ଓ ବିଜମରା ଫାଇଟର ଏକାଦଶ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲ ଖେଳଟି ଚୁରାଗାଁ ରାଇଜିଙ୍ଗ ଏକାଦଶ ଏବଂ ମାର୍ବଲ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମଣ୍ଡଳ ମାର୍ବଲ ଏକାଦଶ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା । ସେପରି ଦ୍ୱିତୀୟ ସେମିଫାଇନାଲ ଖେଳଟି ହଣ୍ଟର ଏକାଦଶ ବରଗାଁ ଏବଂ ଲାୟନ୍ସ ଏକାଦଶ କଲମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ହଣ୍ଟର ଏକାଦଶ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଥିଲା । ଉଦଯାପନୀ ଦିବସର ଫାଇନାଲ ଖେଳଟି ମଣ୍ଡଳ ମାର୍ବଲ ଏକାଦଶ ଏବଂ ବରଗାଁ ହଣ୍ଟର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମଣ୍ଡଳ ମାର୍ବଲ ଏକାଦଶର ଅଧିନାୟକଙ୍କ ନେତୃତ୍ୱରେ ଦଳ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରି ଶ୍ରେଷ୍ଠ ବିବେଚିତ ହୋଇଥିଲା । ମୂଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ମଧୁସ୍ମିତା ନାଏକ, ମୁଖ୍ୟବକ୍ତା ଭାବରେ ତହସିଲଦାର ସ୍ମରଣିକା ତୁଲ, ସମ୍ମାନିତ ଅତିଥି ଭାବରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିରେନ୍ଦ୍ର ବାଗ, ଏଏସଆଇ ଶେଖର ଜେନା , ଥୁଆମୂଳ ରାମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅଜିତ କୁମାର ନାଏକ, ପ୍ରାଥମିକ ଶିକ୍ଷକ ସଂଘ କୋର୍ କମିଟି ସଭ୍ୟ ତପନ କୁମାର ବେହେରା, ବ୍ଲକ ସଭାପତି ସନାତନ ଭଞ୍ଜ, ସଂପାଦକ ଶୁଭେନ୍ଦୁ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଫାଇନାଲ ଖେଳଟିକୁ ରିଙ୍କୁ ବେହେରା ଓ ସୁଶୀଲ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସମୀର କୁମାର ଧଙ୍ଗଡାମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ । ଉଦଯାପନୀ ଦିବସର ଶ୍ରେଷ୍ଠ ଖେଳାଳି ଭାବରେ ମଣ୍ଡଳ ମାର୍ବଲ ଏକାଦଶର ଖେଳାଳି ଶ୍ରୀରାମ ପଣ୍ଡା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପାଇଥିବା ବେଳେ ମ୍ୟାନ୍ ଅଫ୍ ଦି ସିରିଜ୍ ଚୁରାଗାଁ ଟିମ୍ ର ଖେଳାଳି ଯୋଗିନ୍ଦ୍ର ଅଗରିଆ ବିବେଚିତ ହୋଇଥିଲେ । ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *