ଭବାନୀପାଟଣା ତା ୫/୧୨ କଳାହାଣ୍ଡିର କଳା ସଂସ୍କୃତି ଐତିହ୍ୟ ପରମ୍ପରା ଓ ଭାଇଚାରା ସମ୍ପର୍କ ମହୋତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫ ମହାସମାରୋହରେ ପାଳନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ତଥା ଅଧ୍ଯକ୍ଷ ଜିଲ୍ଲା ସଂସ୍କୃତି ପରିଷଦ ପାଓ୍ବାର ସଚିନ ପ୍ରକାଶଙ୍କ ଅଧ୍ଯକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ପ୍ରତିବର୍ଷ ଭଳି ଆଗାମୀ ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରା କିପରି ଶାନ୍ତି ଶୃଙ୍ଖଳା ସହିତ ଭାଇଚାରା ସମ୍ପର୍କକୁ ବଜାଇ ରଖି ମହାସମାରୋହରେ ଆସନ୍ତା ତା. ୧୪.୦୧.୨୦୨୫ ଠାରୁ ତା. ୧୭.୦୧.୨୦୨୫ ପର୍ଯ୍ୟନ୍ତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ୧୫.୦୧.୨୦୨୫ ପର୍ଯ୍ୟନ୍ତ ଧର୍ମଗଡଠାରେ ପାଳନ କରାଯିବ ସେଥ୍ରେ ସମସ୍ତଙ୍କର ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ । କଳାହାଣ୍ଡି ମହୋତ୍ସବ କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇବା ପାଇଁ ଓ ଅଧିକ ସରସ ସୁନ୍ଦର କରିବା ପାଇଁ ଏଥିପାଇଁ ଆବଶ୍ୟକ ବିଭିନ୍ନ କମିଟି, ସବ୍ କମିଟି ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପୂର୍ବବର୍ଷ ଭଳି ଆଗାମୀ କଳାହାଣ୍ଡି ଉତ୍ସବ ୨୦୨୫ ଗ୍ରାମ ପଞ୍ଚାୟତ, ବ୍ଲକ ଏବଂ ପୌରାଞ୍ଚଳ, ଜିଲ୍ଲାସ୍ତରରେ ଜିଲ୍ଲା ସଂସ୍କୃତି ପରିଷଦ ଦାରା ନିଦ୍ଧାରିତ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ) ବଇତୁରା ଦୀପ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଷନ ଗୁରୁ, ମୁଖ୍ୟ ଉନ୍ନୟନ ତଥା ନିବାହୀ ଅଧୂକାରୀ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଦିଲ୍ଲିପ କୁମାର ମହାରଣା, ଉପ ଜିଲ୍ଲାପାଳ ଧର୍ମଗଡ ଧୀମାନ ଚାକମା, ଉପ ଜିଲ୍ଲାପାଳ ଭବାନୀ ପାଟଣା, ପ୍ରଭାତ କୁମାର ପରିଡା, ମାନ୍ୟବର ସାଂସଦ କଳାହାଣ୍ଡିଙ୍କ ପ୍ରତିନିଧ ଜୟଶଙ୍କର ନାୟକ, ମାନ୍ୟବର ବିଧାୟକ ଭବାନୀପାଟଣାଙ୍କ ପ୍ରତିନିଧ ଉଚ୍ଛବ ସାହୁ, ମାନ୍ୟବର ବିଧାୟକ ଧର୍ମଗଡଙ୍କ ପ୍ରତିନିଧି ହୃଷିକେଶ ମିଶ୍ର, ଜିଲ୍ଲା ସଭାପତି ବି.ଜେ.ପି. ଆର୍ତ୍ତତ୍ରାଣ ନାୟକ, ପୌରପାଳିକା ଅଧ୍ୟକ୍ଷ ବିଷ୍ଣୁ ଚରଣ ପ୍ରଧାନ, ପୌରପାଳିକା ର୍ନିବାହୀ ଅଧିକାରୀ ସତ୍ୟ ସମ୍ପୂର୍ଣ୍ଣା ରାଉତ, ଜିଲ୍ଲା ସଂସ୍କୃତି ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା, କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୪ ସବକମିଟିର ସମସ୍ତ କର୍ମକର୍ତ୍ତା, ସଭ୍ୟ, ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧ ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ରଖୁଥିଲେ I ସମସ୍ତଙ୍କର ମତାମତକୁ ପ୍ରାଧାନ୍ୟ ଦେଇ ଉତ୍ସବ ପାଳନର କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ଆଲୋଚନା କରାଯାଇଥୁଲା I ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥଲେ।