କଳାହାଣ୍ଡି ଜିଲ୍ଲାରେ ଧଳା ସୁନା ଚାଷୀ ସଂକଟରେ

କେସିଙ୍ଗା-୯/୧୧ କଳାହାଣ୍ଡି ଜିଲ୍ଳାରେ କପାଚାଷ ଏକ ଲାଭଜନକ ଫସଲ ଯୋଗୁଁ ଦିନକୁ ଦିନ ଏହି ଚାଷ ପ୍ରତି ଚାଷୀମାନେ ଆକୃଷ୍ଟ ହେଉଛନ୍ତି। କିନ୍ତୁ ବେଳେ ବେଳେ ଏହି ଚାଷ ପ୍ରତି ଦାଉ ସାଧୁଛି ପ୍ରକୃତି , ରୋଗ ପୋକ ଓ ବନ୍ୟପ୍ରାଣୀ। ଫଳରେ ଚାଷୀ ବ୍ୟାପକ କ୍ଷତିର ସମ୍ମୁଖୀନ ହେଉଛି। ଚଳିତ ବର୍ଷର ଜିଲ୍ଲାରେ ୭୦ ହଜାର ହେକ୍ଟର ଜମିରେ କପା ଚାଷ ସୋଇଥିଲା ବେଳେ ୧୦ ଲକ୍ଷ କ୍ୟୁଣ୍ଟାଲ କପା ଅମଳ ହେବା ଆକଳନ କରାଯାଇଛି। ହେଲେ ଚଳିତବର୍ଷ ପ୍ରଥମେ ବର୍ଷାର ଅଭାବ ଓ ଦ୍ବିତୀୟରେ ଏବେ ରୋଗ ପୋକ ଆକ୍ରାନ୍ତ ଯୋଗୁଁ ଚାଷୀ ଚିନ୍ତାରେ ପଡ଼ିଛି। ଏଣୁ ଚଳିତବର୍ଷ ଚାଷୀ ଏକର ପିଛା ୬/୭ କ୍ୟୁଣ୍ଟାଲ କପା ଅମଳ ହେବାର ଆଶା ରଖିଥିଲା ବେଳେ ବର୍ତ୍ତମାନ ଅମଳ ସମୟରେ ଧଳାସୁନାରେ ଲେଡା ପୋକ ଲାଗିଥିବାରୁ ଏକର ପିଛା ୩/୪ କ୍ୟୁଣ୍ଟାଲ କପା ଅମଳ ହେବ କି ନାହିଁ ଚାଷୀମାନେ ଆଶଙ୍କା ପ୍ରକାଶ କଲେଣି। ଏହାର ନିରାକରଣ ପାଇଁ କୃଷି ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *