
ଭବାନୀପାଟଣା : ୦୬.୦୧.୨୦୨୫ – କଳାହାଣ୍ଡି ଜିଲ୍ଳାରେ ଥିବା ଭୋଟରଙ୍କ ଚୁଡାନ୍ତ ତାଲିକାକୁ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଳାପାଳ, କଳାହାଣ୍ଡି ପାୱାର ସଚିନ ପ୍ରକାଶ ଆଜି ପ୍ରକାଶନ କରିଛନ୍ତି । ଏଥିରେ ଜିଲ୍ଳାର ୭୭- ଲାଞ୍ଜିଗଡ଼, ୭୮- ଜୁନାଗଡ, ୭୯- ଧର୍ମଗଡ଼, ୮୦- ଭବାନିପାଟଣା, ୮୧- ନର୍ଲା ନିର୍ବାଚନ ମଣ୍ଡଳିରେ ଥିବା ଭୋଟରଙ୍କ ସଂଖ୍ୟା ପ୍ରକାଶିତ ହୋଇଛି । ଚଳିତ ବର୍ଷ ଜାନୁଆରୀ ୫ ତାରିଖ ସୁଦ୍ଧା ଜିଲ୍ଳାରେ ସର୍ବମୋଟ ୧୨୨୦୩୦୪ ଜଣ ଭୋଟରଙ୍କ ନାମ ଭୋଟର ତାଲିକାରେ ରହିଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଳାରେ ୬ ଲକ୍ଷ ୧୦ ହଜାର ୫୦୧ ଜଣ ପୁରୁଷ ଭୋଟର ରହିଥିବା ବେଳେ ୬ ଲକ୍ଷ ୯ ହଜାର ୭୩୭ ଜଣ ମହିଳା ଭୋଟରଙ୍କ ସମେତ ୬୬ ଜଣ କିନ୍ନର ଭୋଟରଙ୍କୁ ମିଶାଇ ମୋଟ ୧୨ ଲକ୍ଷ ୨୦ ହଜାର ୩୦୪ ଜଣ ଭୋଟର ରହିଛନ୍ତି । ୨୦୨୪ ବର୍ଷରେ ୯ ହଜାର ୧୧ ଜଣ ୧୮ ବର୍ଷରୁ ଉର୍ଦ୍ଧ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରାଯାଇଛି । ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳିରେ ୨ ଲକ୍ଷ ୩୪ ହଜାର ୧୭୩ ଜଣ ଭୋଟର ରହିଥିବା ବେଳେ ଏଥିରେ ୧ ଲକ୍ଷ ୧୩ ହଜାର ୯୩୯ ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୨୦ ହଜାର ୨୧୪ ଜଣ ମହିଳା ଓ ୨୦ ଜଣ କିନ୍ନର ଭୋଟର ରହିଛନ୍ତି । ସେହିପରି ଜୁନାଗଡ଼ ନିର୍ବାଚନ ମଣ୍ଡଳିରେ ମୋଟ ଭୋଟର ୨ ଲକ୍ଷ ୪୮ ହଜାର ୮୨୧ ଜଣଙ୍କ ନାମ ଭୋଟର ତାଲିକାରେ ପ୍ରକାଶିତ ହୋଇଥିବା ବେଳେ ଏଥିରେ ୧ ଲକ୍ଷ ୨୫ ହଜାର ୬୯୨ ଜଣ ପୁରୁଷ ଓ ୧ ଲକ୍ଷ ୨୩ ହଜାର ୧୨୬ ଜଣ ମହିଳା ଭୋଟରଙ୍କ ସମେତ ୩ ଜଣ କିନ୍ନର ଭୋଟର ରହିଥିବା ବେଳେ ଧର୍ମଗଡ଼ ନିର୍ବାଚନ ମଣ୍ଡଳିରେ ମୋଟ ୨ ଲକ୍ଷ ୬୪ ହଜାର ୩୪୨ ଜଣ ଭୋଟର ରହିଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୯୯୫ ପୁରୁଷ ରହିଥିବା ବେଳେ ୧ ଲକ୍ଷ ୩୧ ହଜାର ୩୪୧ ଜଣ ମହିଳା ଭୋଟର ଏବଂ ୬ ଜଣ କିନ୍ନର ଭୋଟର ରହିଛନ୍ତି ସେହିପରି ଭବାନିପାଟଣା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୩୮ ହଜାର ୫୩୩ ଜଣ ଭୋଟର ରହିଥିବା ବେଳେ ଏଥିରେ ୧ ଲକ୍ଷ ୧୯ ହଜାର ୫୯୬ ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୧୮ ହଜାର ୯୧୮ ଜଣ ମହିଳା ଓ ୧୯ ଜଣ କିନ୍ନର ଭୋଟର ରହିଛନ୍ତି । ନର୍ଲା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୩୪ ହଜାର ୪୩୫ ଜଣ ଭୋଟର ରହିଥିବା ବେଳେ ଏଥିରେ ୧ ଲକ୍ଷ ୧୮ ହଜାର ୨୭୯ ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୧୬ ହଜାର ୧୩୮ ଜଣ ମହିଳା ଓ ୧୮ ଜଣ କିନ୍ନର ଭୋଟର ରହିଛନ୍ତି ।