କଳାହାଣ୍ଡି ଜିଲ୍ଲା ଲାଗି ୪ ଟି ରେଳ ପ୍ରକଳ୍ପ ପାଇଁ ସାଂସଦ ସୁଜିତଙ୍କ ରାଜ୍ୟସଭାରେ ଦାବି

ଭବାନୀପାଟଣା- ୧୧/୨ ଆଜି ରାଜ୍ୟସଭା ସଦନରେ ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ ସେଠ କଳାହାଣ୍ଡି ଜିଲ୍ଲା ପାଇଁ ୪ ଟି ନୂତନ ରେଳ ପ୍ରକଳ୍ପ ପାଇଁ ଦାବି ଉପସ୍ଥାପନା କରିଛନ୍ତି। ସେଗୁଡିକ ମଧ୍ୟରେ ୧) କେସିଙ୍ଗା ରୁ ଭାୟା ଉତ୍କେଳା, କିକିଆ, ପାଷ୍ଟିକୁଡି ଦେଇ ୩୫ କିମି ଭବାନୀପାଟଣାକୁ ନୂତନ ରେଳ ଲାଇନ,୨) ସମ୍ବଲପୁର ସିଟି ( ଜଙ୍କସନ) ଭାୟା ଧାମା, ସିନ୍ଧୋଲା, ଉଲୁଣ୍ଡା ଦେଇ ୭୭ କିମି ସୋନପୁର ପର୍ଯ୍ୟନ୍ତ ନୂତନ ରେଳ ଲାଇନ, ୩) କଣ୍ଟାବାଞ୍ଜି ରୁ ୧୧୫ କିମି କୋକସରା ଭାୟା ସର୍ଗିଗୁଡା, ବଙ୍ଗୋମୁଣ୍ଡା, ରାଜ ଖଡ଼ିଆଳ, ଦୁଇହଜାର, ଖିର୍କିତା, ହାଡିବନ୍ଧା, ଗୋଲାମୁଣ୍ଡା, ମହଦାପଡା ଏବଂ ୪) ଲାଞ୍ଜିଗଡ଼ ରୋଡ ଜଙ୍କସନ ରୁ ୧୨୦ କିମି ଫୁଲବାଣୀ ପର୍ଯ୍ୟନ୍ତ ଭାୟା ଗୋଟେନ, ମଦନପୁର ରାମପୁର, ବାଲିବାଜୁ, ଲାହାଡି, ବାଲିଗୁଡା, ଚମ୍ପାକମ୍ବା, ସାରଙ୍ଗର ଓ ରତାଖଣ୍ଡୀ ନୂତନ ରେଳ ଲାଇନ ପ୍ରକଳ୍ପ ପାଇଁ ଦାବି ଉତ୍ଥାପନ କରିଛନ୍ତିି।

Leave a Reply

Your email address will not be published. Required fields are marked *