କଳାହାଣ୍ଡିରେ ଏଆଇୟୁଟିସି ଦ୍ବାରା ବନ୍ଦ ଡାକରା ସମ୍ପନ୍ନ

ଭବାନୀପାଟଣା- ୧୨/୨ ବାମପନ୍ଥୀ ଦଳମାନଙ୍କର ପାଖାପାଖି ୧୦ଟି ଶ୍ରମିକ ସଂଗଠନମାନେ ଶ୍ରମିକ ବିରୋଧି ୪ଶ୍ରମ କୋଡ୍ ବାତିଲ କରିବା, ସ୍କିମ, ଠିକା ଓ ଆଉଟସୋର୍ସିଙ୍ଗ ନିଯୁକ୍ତି ବନ୍ଦ କରିବା, ମଣ୍ଡି ଅବ୍ଯବସ୍ଥା ଦୂର କରିବା, ରାଷ୍ଟ୍ରୀୟ ଉଦ୍ଯୋଗକୁ ଘରୋଇକରଣ ବନ୍ଦ କରିବା, ଇପିଏଫ୍ ପାଇଁ ସର୍ବନିମ୍ନ ମାସିକ ପେନସନ୍ ବ୍ରୁଦ୍ଧି ଆଦି ଦାବିକୁ ନେଇ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଆଇୟୁଟିସି ର କଳାହାଣ୍ଡି ଜିଲ୍ଲା ସଭାପତି ସଞ୍ଜୟ ସୁନାନୀଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲାରେ ବନ୍ଦ ପାଳନ କରାଯାଇଅଛି। କଳାହାଣ୍ଡି ଜିଲ୍ଲାପାଳ ଅଫିସ୍ ନିକଟରେ ସମସ୍ତ ସଂଗଠନମାନେ ଏକତ୍ରୀତ ହୋଇ ସହର ପରିକ୍ରମା କରି ଗାନ୍ଧୀ ଛକଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ସେହି ସମୟରେ ପିକେଟିଂ କରି ସହରରେ ଥିବା ବି ଅଫିସ୍ ଏବଂ ବ୍ଯାଙ୍କମାନଙ୍କୁ ବନ୍ଦ କରିଥିଲେ। ଭବାନିପାଟଣା ସହରରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଆଂଶିକ ଭାବରେ ଦୋକାନ ବଜାର ଓ ଗାଡିମଟର ବନ୍ଦ ଥିବା ଦେଖବାକୁ ମିଳିଥିଲା। ଏହି ବନ୍ଦ ସମୟରେ ସିପିଆଇ ର ଦାମୋଦର ବେହେରା, ସିପିଏମ୍ ର ନବ ପଟ୍ଟନାୟକ, ଏସ୍ଏଚଜି ଇସି ମେମ୍ବର ଝିଲି ବାଗ, ଟୁନି ନାୟକ ଓ ସରିତା ଦାସ, ପାଚିକା ସଂଘର ଦେବକୀ ଶବର ଓ ଯଶୋବନ୍ତ ବେମାଲ, ନିର୍ମାଣ ଶ୍ରମିକ ସଂଘର ମାଧବ ସାହୁ ଓ ଜୀବନଜ୍ଯୌତି ବାଗ, ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ସରେଶ ସଂଗ୍ରାମ ଓ ଲକ୍ଷ୍ମୀନାରାୟଣ ପଣ୍ଡା, ଲିଙ୍ଗରାଜ ପ୍ରଧାନ, ଏଆଇଏସଏଫ ର ରାଜାରାମ ଜଙ୍ଗ୍ରୀ ଓ ଡୁଲେଶ୍ୱର ଖମାରୀ, କଂଗ୍ରେସ ର ସରୋଜ ବାଗ, ସନ୍ତୋଷ ପ୍ରଧାନ ଓ ମନ୍ଦାକିନୀ ବାଣୁଆ, ଉତ୍କଳ ମହିଳା ସମିତିର ରାଣିମତୀ ଛତ୍ରିଆ ଓ ଏଡଭୋକେଟ୍ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ, ଲିଙ୍କନ ବାଗ ପ୍ରମୁଖ ସହିତ ୨୦୦ରୁ ଅଧିକ ପାଚିକା, ଆଶା ଓ ଶ୍ରମିକମାନେ ସାମିଲ ହୋଇ ବନ୍ଦକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *