
କେସିଙ୍ଗା- ୬/୧୧ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ପଞ୍ଚାୟତର ଭାରପ୍ରାପ୍ତ ସରପଞ୍ଚ ରୂପେ ପୂର୍ବତନ ନାଏବ ସରପଞ୍ଚ ଅରୁଣା ନାଏକ ଆଜି ଦିନ ୨ ଟା ବେଳେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଦାୟିତ୍ବ ଗ୍ରହଣ କରିବା ସମୟରେ ତାଙ୍କ ସମର୍ଥିତ ଓ୍ବାର୍ଡ ମେମ୍ବର ଓ ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଭାରପ୍ରାପ୍ତ ସରପଞ୍ଚ ଶ୍ରୀମତୀ ନାଏକ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସୁରୁଖୁରୁରେ ସଞ୍ଚାଳନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଏଠାରେ ସୂଚନାଯୋଗ୍ୟ ପୂର୍ବତନ ସରପଞ୍ଚ ଶ୍ରୀମତୀ ମାଳତୀ ଭୋଇ ଗତ ୪ ତାରିଖରେ ଅନାସ୍ଥା ପ୍ରସ୍ତାବ ଭୋଟରେ ୯ – ୦ ରେ ହାରିବା ପରେ କଳାହାଣ୍ଡି ଜିଲ୍ଲାପାଳ ସେହିଦିନ ହି ତାଙ୍କୁ ପଦଚ୍ୟୁତ କରିଥିଲେ ଏବଂ ନାଏବ ସରପଞ୍ଚ ଶ୍ରୀମତୀ ନାଏକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସରପଞ୍ଚ ଦାୟିତ୍ବ ତୁଲାଇବେ ବୋଲି ଆଦେଶ ଦେଇଥିଲେ।