କଶୃପଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂ !

କେସିଙ୍ଗା-୪/୧୧ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ସରପଞ୍ଚ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ନେଇ ୯ ଜଣ ଓ୍ବାର୍ଡ ମେମ୍ବର ଗତ ଅଗଷ୍ଟ ମାସ ୨ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଏହି ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ନଭେମ୍ବର ୪ ତାରିଖରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆଜି କଶୃପଡା ପଞ୍ଚାୟତ କାର୍ଯ୍ୟାଳୟରେ ଦିନ ପ୍ରାୟ ୧୧ଟା ବେଳେ କୋରମ ପୂରଣ ଅନୁସାରେ ୯ ଜଣେ ଓ୍ବାର୍ଡ ମେମ୍ବର ଉପସ୍ଥିତ ହୋଇଥିଲେ। ଏହି ଅନାସ୍ଥା ପ୍ରସ୍ତାବ ଭୋଟିଂ ପାଇଁ ପ୍ରିଜାଇଡିଂ ଅଫିସର ଭାବେ ସ୍ଥାନୀୟ ତହସିଲଦାର ନିଯୁକ୍ତି ପାଇଥିଲେ। ତାଙ୍କ ଉପସ୍ଥିତିରେ ଅନାସ୍ଥା ପ୍ରସ୍ତାବ ପାଇଁ ଆଲୋଚନା ହେବାପରେ ୧୨ ଟା ୩୦ ମି ରେ ଭୋଟିଂ ହୋଇଥିଲା। ଉପସ୍ଥିତ ୯ ଜଣ ଓ୍ବାର୍ଡ ମେମ୍ବର ସରପଞ୍ଚ ମାଳତୀ ଭୋଇଙ୍କ ବିରୋଧରେ ଭୋଟ ଦେଇଥିବା ନେଇ ପଞ୍ଚାୟତର ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଭୋଟିଂ ସମୟରେ ସରପଞ୍ଚ ଏବଂ ଆଉ ୨ ଜଣ ଓ୍ବାର୍ଡ ମେମ୍ବର ଅନୁପସ୍ଥିତ ଥିବା ଶୁଣିବାକୁ ମିଳୁଛି। କିନ୍ତୁ ଅନାସ୍ଥା ପ୍ରସ୍ତାବ ଭୋଟିଂର ସବିଶେଷ ଫଳାଫଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପକ୍ଷରୁ ଆଜି ସନ୍ଧ୍ୟା ବେଳେ ପ୍ରକାଶ କରାଯିବ ବୋଲି ପ୍ରିଜାଇଡିଂ ଅଫିସର କହିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବାହିନୀ ମୁତୟନ ହୋଇଥଲା ବେଳେ ଭୋଟିଂ ପରେ ସିଲଯୁକ୍ଚ ଭୋଟ ବକ୍ସ ନେଇ ଭବାନୀପାଟଣା ଯାଇଛନ୍ତି।

Leave a Reply

Your email address will not be published. Required fields are marked *