କାଣ୍ଡେଲ ରେଳଷ୍ଟେସନ ପାଇଁ ଜେନେରେଟର ଯୋଗାଇ ଦେବାକୁ କଳାହାଣ୍ଡି ଜିଲ୍ଲାରେଳଯାତ୍ରୀ ସଂଘ ପକ୍ଷରୁ ଦାବିପତ୍ର

କେସିଙ୍ଗା-୬/୧୧ କଳାହାଣ୍ଡି ଜିଲ୍ଲା କାଣ୍ଡେଲ ରୋଡ୍ ରେଳଷ୍ଟେସନରେ ଜେନେରେଟରଟିଏ ନଥିବାରୁ ବିଦ୍ୟୁତ ଗଲେ ଅନ୍ଧକାରରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁସାରେ ଏହି ରେଳଷ୍ଟେସନ ପ୍ରତିଷ୍ଠା ହେବା ଦିନଠାରୁ ରେଳ ବିଭାଗର ଖାମଖିଆଲି ନୀତି ଯୋଗୁଁ ଆଜିଯାଏ ଗୋଟିଏ ଜେନେରେଟର ସ୍ଥାପିତ ହୋଇ ପାରିନଥିବାରୁ ବିଦ୍ୟୁତ ଲାଇନ୍ ଗଲେ ଯାତ୍ରୀମାନେ ବିଶେଷକରି ବୃଦ୍ଧବୃଦ୍ଧା, ମହିଳା ଓ ଶିଶୁମାନେ ଅନ୍ଧାରରେ ହଇରାଣ ହରକତ ହେଉଛନ୍ତି। ତେଣୁ କଳାହାଣ୍ଡି ଜିଲ୍ଲା ରେଳଯାତ୍ରୀ ସଂଘ, କେସିଙ୍ଗା ପକ୍ଷରୁ ଆଜି ଇଷ୍ଟକୋଷ୍ଟ ସମ୍ବଲପୁର ରେଳ ଡିଭିଜନର ଡିଆରଏମ୍ ଙ୍କୁ କାଣ୍ଡେଲ ରେଳଷ୍ଟେସନ ପାଇଁ ଏକ ଜେନେରେଟର ଯୋଗାଣ ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *