କେସିଙ୍ଗା-୨୩/୪ କେସିଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡାବନ୍ଧ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଉପରେ ଆଜି ସକାଳୁ ୯. ୩୦ ରେ ସିବିଆଇ ତଢାଉ କରିଥିବା ଖବର ମିଳିଛି। ବିଶେଷ ସୂଚନାରୁ ଖବର ମିଳିଛି ଯେ ଆମ ରାଜ୍ୟର ୫୮ ଜଣ ଜାଲ ସାର୍ଟିଫିକେଟ ଦେଇ ( ଜିଡିଏସ ) ଗ୍ରାମୀଣ ଡାକ ସେବାରେ ନିଯୁକ୍ତି ପାଇଛନ୍ତି। ଏନେଇ ଅଭିଯୋଗ ପାଇଲା ପରେ ସିବିଆଇ ଆଜି ରାଜ୍ୟର ଭୁବନେଶ୍ୱର, କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗୀର ଓ କେନ୍ଦୁଝର ପରି ୫ ଜିଲ୍ଲାର ୧୨ଟି ସ୍ଥାନରେ ଚଢଉ କରିଛି। ଏହିକ୍ରମରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର କୁଣ୍ଡାବନ୍ଧ ଗ୍ରାମର ଜନୈକ ଡାକ କର୍ମଚାରୀଙ୍କ ଅଫିସ ଓ ଘର ଉପରେ ଚଢାଉ କରି ବହୁ ଗୁରତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ତେବେ ଖବର ଲେଖାହେଲା ପର୍ଯ୍ୟନ୍ତ ସିବିଆଇ ପକ୍ଷରୁ ତଦନ୍ତ ଜାରି ରହିଛି।