ଭବାନୀପାଟଣା – ୯/୧ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କୁଲିଆମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନଳିନୀ କଅଁରଙ୍କ ତତ୍ତ୍ୱାବଧାନରେ ଗତ ୭ତାରିଖରେ ଉଦଘାଟନୀ କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ , ସମ୍ମାନିତ ଅତିଥି ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ କୀର୍ତ୍ତି ଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଉତ୍ସବକୁ ଶିକ୍ଷକ ଅମିତ୍ କୁମାର ନିଆଲ ପରିଚାଳନା କରିଥିଲେ । ଗତ ୮ ତାରିଖ ଦ୍ୱିତୀୟ ଦିନ ଉଦଯାପନୀ ଉତ୍ସବ ଓ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ, ସମ୍ମାନିତ ଅତିଥି ଭାବେ ସି.ଆର୍.ସି.ସି ବୈକୁଣ୍ଠ ବିମଲ, କୀର୍ତ୍ତି ଚନ୍ଦ୍ର ଗୌଡ଼ ଏବଂ ମୁଖ୍ୟବକ୍ତା ଭାବେ ଖଇରମାଲ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଲେକ୍ସ ଜେଣ୍ଡର ଫିଲପ୍ସ ଯୋଗ ଦେଇ ପ୍ରେରଣାଧର୍ମୀ ଭାଷଣ ସହିତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅନିଲ କୁମାର ନାଏକ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଶିକ୍ଷକ ଶିଶିର କାନ୍ତ ସାହୁ ଅତିଥି ପରିଚୟ ସହ ସ୍ବାଗତ ଜଣାଇଥିଲେ । ପ୍ରଧାନ ଶିକ୍ଷୟତ୍ରୀଙ୍କ ଦ୍ଵାରା ବାର୍ଷିକ ବିବରଣୀ ପଠନ କରାଯାଇଥିଲା । ଶିକ୍ଷକ କେ. ଶିବ କୁମାର ଏବଂ ମୀନକେତନ ସାହୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ବିଜ୍ଞାନ ଶିକ୍ଷକ ଦୀପକ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କ୍ରୀଡା ଉତ୍ସବକୁ କ୍ରୀଡା ଶିକ୍ଷକ ଅଶ୍ଵିନୀ କୁମାର ସାହୁ ଏବଂ ଶୁଭ୍ରାଂଶୁ ଶେଖର ବେହେରା ଆୟୋଜନ କରିଥିଲେ । ଏହି ଦୁଇ ଦିନିଆ ଉତ୍ସବକୁ ବିଦ୍ୟାଳୟର ଶିକ୍ଷକ ଜୟରାମ କଅଁର, ବିପ୍ଲବ ବେହେରା , ଅଶୋକ ବିଶି, ଶିକ୍ଷୟତ୍ରୀ ସମ୍ରିତା କୁନ୍ଦୁଲୁ ଏବଂ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।