କୃତୀ କୃଷକ ଭାବେ ଅଶୋକ ଦାସ ସମ୍ମାନିତ

ଭୁବନେଶ୍ବର – ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ଖେଳ ପଡିଆ ଠାରେ କୃଷକ- ୨୦୨୫ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଜଗତସିଂହ ପୁର ଜିଲ୍ଲାର ବର୍ତୀପାଟେଣୀ ଗାଁ ର ଅଶୋକ ଦାସ ଙ୍କୁ କୃତୀ କୃଷକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସୂଚନା ଯୋଗ୍ୟ ଶ୍ରୀ ଦାସ ଉନ୍ନତମାନର ତଥା ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ମାଧ୍ୟମରେ ଚାଷ କରି ଚିରନ୍ତନ ଖାଦ୍ୟ ପ୍ରଣାଳୀ ଏକ ପ୍ରୟାସ ପାଇଁ କୃଷି କ୍ଷେତ୍ରରେ ଉତ୍କର୍ଷତା ଆଣିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନିତ ହୋଇଛନ୍ତି। ଏହି ଉତ୍ସବରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କୃଷି ଓ କୃଷକ ବିଭାଗ ସଚିବ ଆଦିତ୍ୟ କୁମାର ପାଢ଼ୀ ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ମଞ୍ଚାସୀନ ଥିଲେ।

Leave a Reply

Your email address will not be published. Required fields are marked *