କେନାଲ ମରାମତି ଅଭାବରୁ ଚାଷଜମି ଶୁଖିଲା

ନର୍ଲା – ୧୭/୧୦ (ପ୍ରଦୀପ କୁମାର ଗଉଡ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ତୁଳାପଡ଼ା ପଞ୍ଚାୟତରେ ରହିଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ ଦ୍ବାରା ଖରିଫ୍ ଋତୁରେ ଆଖ ପାଖ ପାଞ୍ଚ କିଲୋମିଟର୍ ବ୍ୟାସାର୍ଦ୍ଧ ଭିତରେ ଚାଷୀଙ୍କ ଜମିରେ ଜଳସେଚନ ହୋଇଥାଏ । କିନ୍ତୁ ସରକାରୀ ଉଦାସୀନତା ଯୋଗୁଁ କେନାଲ ପୋତି ହେବା ଫଳରେ ତଳମୁଣ୍ଡର ଚାଷ ଜମିକୁ ପାଣି ପହଞ୍ଚୁ ନ ଥିବା ଅଭିଯୋଗ କରିଛନ୍ତି ଚାଷୀ। ଏଭଳି ଅଭିଯୋଗ ଆଣିଛନ୍ତି ଶାଡ଼ିଙ୍ଗ ତରା ଗ୍ରାମର ଚାଷୀ। ଚଳିତ ବର୍ଷ ଦଶହରା ପୂର୍ବରୁ ଉକ୍ତ ଅଞ୍ଚଳରେ ବର୍ଷା ନାହିଁ। ଖେତ ଶୁଖିଲା ପଡିଛି କେନାଲ ଉପରେ ଭରଷା କରି ଚାଷ କରିଥିଲେ ଚାଷୀ। କେନାଲ୍ ଅନେକ ସ୍ଥାନରେ ଭୁଷୁଡି ଯାଇଛି।ସରକାରୀ କଳର ଖାମଖିଆଲି ମନୋଭାବ ଯୋଗୁଁ କେନାଲ ମରାମତି ନ ହେବା ଫଳରେ କେନାଲର ତଳମୁଣ୍ଡର ଚାଷୀ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାର୍ ଏଥିପ୍ରତି ଦୃଷ୍ଟି ଦେଇ ଜରୁରୀ କାଳୀନ ଭିତ୍ତିରେ କେନାଲ ମରାମତି କରି ପାଣି ଯୋଗାଇ ଦେବାକୁ ଚାଷୀମାନେ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *