କେନ୍ଦୁଗୁଡା ପାହାଡ଼ ଉପରେ ଦେଶୀ ରନ୍ଧାମଦ ଜବତ

ଭବାନୀପାଟଣା- ୨୬/୧୧ ସ୍ଥାନୀୟ ସଦର ଥାନା ଅନ୍ତର୍ଗତ କେନ୍ଦୁଗୁଡା ପାହାଡ଼ ଉପରେ ବେଆଇନ ଭାବେ ରନ୍ଧା ଯାଉଥିବା ଦେଶୀ ମଦ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି। ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଭାରପ୍ରାପ୍ତ ଅଧିକାରୀ ତିଳକରାମ ନାଏକଙ୍କ ନେତ୍ରୁତ୍ଵରେ ସଦର ଥାନା ଅନ୍ତର୍ଗତ କେନ୍ଦୁଗୁଡା ପାହାଡ଼ ନାଳରେ ଦେଶୀ ରନ୍ଧାମଦ ସ୍ଥାନକୁ ଚଢାଉ କରି ୨୬୦୦ ଲିଟର ମହୁଲ ପୋଚ, ୩୦୦ ଲିଟର ରନ୍ଧାମଦ ଜବତ କରି ନଷ୍ଟ କରି ଦିଆଯାଇଛି। ଏଥିସହିତ ଦେଶୀ ରନ୍ଧାମଦ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ଜବତ କରିବା ସହ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇଛି। ଏହି ଚୋରା ମଦ ଭବାନୀପାଟଣା ସଦରର ଦୁଆର୍ସୁନି, ନୂଆଗାଁ ଅଞ୍ଚଳକୁ ଚୋରା ଚାଲାଣ ହେବାକୁ ଯାଉଥିବା ନେଇ ଅବକାରୀ ବିଭାଗ ସୂଚନା ପାଇଥିଲା। ଏହି ଚଢାଉରେ ଅବକାରୀ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାଏକ, କିଶନ ଗୌଡ, ଅବକାରୀ ସିପାହୀ ପ୍ରଦ୍ୟୁମ୍ନ ନାଏକ, ଅବକାରୀ ସିପାହୀ ମହାଦେବ ମାଝୀ ଓ ରାଜ କୁମାରୀ ଶବର ପ୍ରମୂଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *