
କେସିଙ୍ଗା- ୨୨/୧୨ ଗତକାଲି ଶନିବାର କେସିଙ୍ଗା ବିଦ୍ୟାପୀଠ ପଡିଆରେ ଆୟୋଜିତ ଏକଦିବସୀୟ ଭଲିବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଅଂଶ ଗ୍ରହଣ କରିଥିଲା ବେଳେ ଫାଇନାଲ ଖେଳରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ, ବରଗଡ଼, ଡିଷ୍ଟ୍ରିକିଟ୍ ଆଥଲେଟିକ୍ ଆସୋସିଏସନ୍, ବରଗଡକୁ ପରାସ୍ତ କରି ଚମ୍ପିୟାନ ହୋଇଛି। ଏହି ଉତ୍ସବରେ ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି ଅତିଥି ରୂପେ ଯୋଗ ଦେଇ ଏକଦିବସୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ତେବେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ରୂପେ ନର୍ଲା ବ୍ଲକ୍ ଚେୟାରମେନ ଦୁର୍ଗା ପ୍ରସାଦ ମହାନ୍ତି ଓ ସ୍ଥାନୀୟ ଏନ୍ଏସି ଅଧ୍ୟକ୍ଷ ଶ୍ରୀ ଯାଦବ ପ୍ରମୁଖ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଆରେ ଅବସରପ୍ରାପ୍ତ ଅଧ୍ୟାପକ ବି ସି ଆଚାରୀ, ଅଧ୍ୟାପକ ରଞ୍ଜନ ପଣ୍ଡା, ପ୍ରଧାନ ଶିକ୍ଷକ ସମୀର ବେହେରା ପ୍ରମୁଖ ଧାରା ବିବରଣୀ ଦେଇଥିଲା ବେଳେ ସୁମତ ଜୈନ ହିନ୍ଦୀରେ ଧାରା ବିବରଣୀ ପ୍ରଦାନ କରିଥିଲେ।