କେସିଙ୍ଗାରେ ୩ ଦିନରେ ୩ଟି ଚୋରି, ଚୋରଙ୍କ ଟେର ପାଉନି ପୋଲିସ

କେସିଙ୍ଗା,୪/୧୨(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ଚୋରି ଓ ଡକାୟତି। କେତେବେଳେ କେଉଁ ବ୍ୟବସାୟୀଙ୍କ ଘରୁ ତ କେତେବେଳେ ଏନ୍ ଏଚ କଡ଼ରେ ଥିବା ଦୋକାନରୁ ଚୋରି ବୃଦ୍ଧି ପାଇବାରେ ଲାଗିଛି। ଗତ ୧ ତାରିଖ ରାତିରେ କେସିଙ୍ଗାର ବିଶିଷ୍ଟ ବ୍ୟବସାୟୀ ଗୋପାଳ ପ୍ରସାଦ ଅଗ୍ରୱାଲଙ୍କ ଘରେ ଚୋରମାନେ ପଶି ଲକ୍ଷ ଲକ୍ଷ ଟଙ୍କା ର ସୁନା ଗହଣା ସହିତ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ସେହିପରି ମଙ୍ଗଳବାର ରାତିରେ ଚିରଞ୍ଜିବୀ ସିନେମାହଲ ସାଇଡ୍ ରେ ଥିବା ଜଗଦମ୍ବା ଚପଲ ସୋ ରୁମ୍ ଓ କେସିଙ୍ଗା ଏନ୍ ଏ ସି କଡ଼ରେ ଥିବା କପଡ଼ା ଦୋକାନର ସଟର୍ ତାଢି ପୁଣିଥରେ ଚୋରି ହୋଇଥିବା ସୂଚନା ମିଳିଛି। କେତେ କ’ଣ ଜିନିଷ ଚୋରି ହୋଇଛି ତାହାର ସଠିକ୍ ଆକଳନ ଜଣାପଡ଼ି ନାହିଁ । ଦିନରାତି ପୋଲିସର ପେଟ୍ରୋଲିଂ ହେଉଥିଲେ ମଧ୍ୟ ରାସ୍ତା କଡ଼ରୁ ଚୋରି ପୋଲିସର ପେଟ୍ରୋଲିଂ ଉପରେ ଉଠୁଛି ପ୍ରଶ୍ନ। ଚୋରି ହେବା ଖବର ପୋଲିସ ଷ୍ଟେସନ ରେ ପହଞ୍ଚିବା ପରେ ପୁଣି ସେହି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇଛି। ବର୍ତ୍ତମାନ କେସିଙ୍ଗା ସହରରେ ଥିବା ବ୍ୟବସାୟୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଲୋକେ ପ୍ରଶ୍ନ ଉଠାଉଛନ୍ତି ପୋଲିସ କାର୍ଯ୍ୟ ଉପରେ। ଏହି ଚୋରମାନେ ଅତିଶୀଘ୍ର ଧରା ନପଡ଼ିଲେ ଆଗାମୀ ଦିନରେ ପୋଲିସ ଉପରୁ ସାଧାରଣ ଲୋକଙ୍କ ଭରସା ଉଠିଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *